Latest Odisha News

BREAKING NEWS

ପୁରୀ ସମୁଦ୍ରରେ ବୁଡିଗଲେ ୨ ପର୍ଯ୍ୟଟକ

ପୁରୀ: ପୁରୀ ସମୁଦ୍ରରେ ବୁଡିଗଲେ ୨ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଇଛନ୍ତି ଦୁଇ ପର୍ଯ୍ୟଟକ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଛନ୍ତି।

ତେବେ ଉଦ୍ଧାର ହୋଇଥିବା ଯୁବକ ହେଉଛନ୍ତି ପଶ୍ଚିମବଙ୍ଗର ୧୬ ବର୍ଷୀୟ ଅନୁପମ ମଣ୍ଡଳ ଓ ନିଖୋଜ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ୨୧ ବର୍ଷୀୟ ସଞ୍ଜୁ ଭଟାଚାର୍ଯ୍ୟ । ସଞ୍ଜୁ ଚକ୍ରତୀର୍ଥ ରୋଡ୍ ସ୍ଥିତ ପିଙ୍କ୍ ହାଉସ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ । ଏହାପରେ ସ୍ଥାନୀୟ ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ଖୋଜାଖୋଜି ଜାରି ରହିଛି।

ସେହିପରି ପଶ୍ଚିମବଙ୍ଗର ୧୬ ବର୍ଷୀୟ ଯୁବକ ଅନୁପମ ମଣ୍ଡଳ ହୋଟେଲ୍ କାମେଲିଆ ବେଳାଭୂମି ସମ୍ମୁଖରେ ଗାଧେଉଥିବା ବେଳେ ଭାସି ଯାଇଥିଲେ । ପରେ ଖୋଜାଖୋଜି କରିବାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସେହିପରି ଅନ୍ୟଜଣେ ପିଙ୍କ ହାଉସ ନିକଟ ବେଳାଭୂମିରେ ଗାଧୋଉଥିବା ବେଳେ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

 

Leave A Reply

Your email address will not be published.