ଭୁବନେଶ୍ୱର : ନୂଆବର୍ଷରେ ଅଘଟଣ । ରକ୍ତ ରଞ୍ଜିତ ହେଲା ରାଜଧାନୀ । ଯୁବକଙ୍କୁ ପିଟିପିଟି ହତ୍ୟା କଲେ ଦୁବୃର୍ତ୍ତ । ସୁନ୍ଦରପଦା ନୂଆସାହିରେ ଏପରି ଅଘଟଣ ଘଟିଛି । ଯୁବକ ଜଣକ ହେଉଛନ୍ତି ଦୀପୁ ରାଉତ । ସୂଚନା ଅନୁସାରେ ସୁନ୍ଦରପଦା ନୂଆସାହିରେ କିଛି ଯୁବକ ନୂଆ ବର୍ଷ ପାଇଁ ରାତିରେ ଭୋଜି କରୁଥିଲେ ।
ହଠାତ୍ ସେହି ସମୟରେ କପିଳେଶ୍ୱରର କିଛି ଯୁବକ ନିଶାଶକ୍ତ ଅବସ୍ଥାରେ ଆସି ପାଟିତୁଣ୍ଡ କରିଥିଲେ । ହଠାତ୍ ଯୁବକ ମାନେ ଉତ୍ୟକ୍ତ ହୋଇ ଦୀପୁ ରାଉତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଦୀପୁଙ୍କର ମୃତ୍ୟୁ ହୋଇଯାଇଥିଲା ।ଏୟାରଫିଲ୍ଡ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଛାନଭିନ୍ ଜାରି ରଖିଛି ।
Comments are closed.