ଖୋର୍ଦ୍ଧା:ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ବାଲୁଗାଁ ଥାନା ଅନ୍ତର୍ଗତ କୋଦାପୁର ଗାଁ ର ଅମିନ ପ୍ରଧାନଙ୍କ ପୁ୍ଅ ପାଣ୍ଡବ ପ୍ରଧାନ ବୋଲି ଜଣାପଡ଼ିଛିା ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ତାଙ୍କୁ କେହି ହତ୍ୟା କରିଥିବା ପାଣ୍ଡବଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ସେ ଚିଲିକା ରୋଡସ୍ଥିତ ଏକ ଟାଇଲ ଦୋକାନର ପଛପଟେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ୧୦ ବର୍ଷ ହେଲା ଟାଇଲ ଦୋକାନରେ କାମ କରୁଥିଲେ । ହେଲେ କୌଣସି ବ୍ୟକ୍ତିଗତ କାରଣରୁ ସେ ଟାଇଲ ଦୋକାନରୁ ବାହାରିଯାଇଥିବା ଦୋକାନ ମାଲିକ କହିଛନ୍ତି।
ତେବେ ପାଣ୍ଡବ କଣ ପାଇଁ ଆତ୍ମହତ୍ୟା କଲେ ତାହା ଏବେ ରହସ୍ୟ ଘେରରେ ରହିଛି । ଏହା ଏକ ହତ୍ୟା ନାଁ ଆତ୍ମହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।
Comments are closed.