Latest Odisha News

BREAKING NEWS

ନୀଳଗିରିରେ ଭାଲୁ ଆତଙ୍କ

ନୀଳଗିରି: ନୀଳଗିରିରେ ଭାଲୁ ଆତଙ୍କ । ଆକ୍ରମଣରେ ଯୁବକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ନୀଳଗିରି ବାଲିଓରା ଗାଁରେ ।  ଜଣେ ଯୁବକ ଡିଉଟିରୁ ଫେରିବା ବେଳେ ଦୁଇଟି ଭାଲୁ ସାଇକେଲରୁ ତାଙ୍କୁ ଟାଣି ପକାଇ ଆକ୍ରମଣ କରି ଗୁରୁତର କରି ପକାଇଛି ।

ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବାଲିଓରା ଗ୍ରାମର କରୁଣାକର ଜେନା ସୋମନାଥପୁର ଅଞ୍ଚଳରେ ଏକ ଆଜବେଷ୍ଟ କମ୍ପାନିରେ କାମ କରନ୍ତି । ସୋମବାର ରାତିରେ ସେ ସାଇକେଲରେ ଘରକୁ ଫେରୁଥିଲେ। ନିଶ୍ଚିନ୍ତପୁର ଅଞ୍ଚଳରେ ଦୁଇଟି ଭାଲୁ ତାଙ୍କୁ ସାଇକେଲରୁ ଟାଣି ପକାଇ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡ ସମେତ ଶରୀରର ବହୁ ସ୍ଥାନ କ୍ଷତ ହୋଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.