Latest Odisha News

ବ୍ରାହ୍ମଣୀ ନଦୀ ଘାଟ ନିକଟରେ ଗୁଳିମାଡ, ଯୁବକ ଗୁରୁତର

ସୋନପୁର: ସୋନପୁର ଜିଲ୍ଲା ତରଭା ଥାନା ବ୍ରାହ୍ମଣୀ ନଦୀ ଡ଼ଙ୍ଗା ଘାଟ ନିକଟରେ ଗୁଳିମାଡ। ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି । ଯୁବକଜଣକ ବ୍ରାହ୍ମଣୀପାଲି ପଂଚାୟତ ହୁଡାର ଗାଁର ସାନ୍ତନୁ ରାଉତ ବୋଲି ଜଣା ପଡିଛି।

ସାନ୍ତନୁ ନିଜଗାଁରୁ ନିକଟସ୍ଥ ନିଜ ଭଉଣୀ ଘର ଗାଁକୁ ଯାଉଥିବା ବେଳେ ଡୁଡାଖାଇ ପାହାଡ ନିକଟରେ କିଛି ଦୁର୍ବୁତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଗୁରତର ଆହତ ଯୁବକ ଶାନ୍ତନୁ ରାଉତଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ତରଭା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Leave A Reply

Your email address will not be published.