Latest Odisha News

BREAKING NEWS

ଷଡଯନ୍ତ୍ର ନୁହେଁ ଦୁର୍ଘଟଣାବଶତଃ ଯାଇଛି ହାତୀର ଜୀବନ: କେନ୍ଦ୍ର ପରିବେଶ ମନ୍ତ୍ରୀ

କେରଳ: କେରଳରେ ଗର୍ଭବତୀ ହାତୀର ମୃତ୍ୟୁ ପଛର ଚାଲିଛି କରଣ ଖୋଜା । ଏହି ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଇଥିବା ବେଳେ ଏନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି, ପ୍ରଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ, ଗର୍ଭବତୀ ହାତୀର ମୃତ୍ୟୁ ଷଡଯନ୍ତ୍ର ନୁହେଁ ଦୁର୍ଘଟଣାବଶତଃ ହୋଇଥାଇପାରେ । ବାରୁଦ ଭର୍ତ୍ତି ସପୁରୀ ଖାଇ ହାତୀର ମୃତ୍ୟୁ ହୋଇଥିଲା । ତେବେ ବହୁ ସମୟରେ ଚାଷୀ ମାନେ ଜଙ୍ଗଲି ବାରହା ଠାରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ ବେଆଇନ ଭାବେ ଏହି ଉପାୟ ଆପଣେଇ ଥାନ୍ତି । ତେଣୁ ହାତୀ ମୃତ୍ୟୁ ଦୁର୍ଘଟଣା ବଶତଃ ହୋଇଥାଇପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କେରଳ ପଲାକ୍କଡ ଜିଲ୍ଲାରେ ଗୋଟିଏ ମାଈ ହାତୀ, ମଣିଷର ଷଡଯନ୍ତ୍ର ଯୋଗୁଁ ପ୍ରାଣ ହରାଇଥିଲା । କିଛି ସ୍ଥାନୀୟ ବାସିନ୍ଦା ସପୁରୀ ଭିତରେ ବାଣ ରଖିଥିଲେ । ଆଉ ସେହି ସପୁରୀ ଖାଇବା ପରେ ହାତୀର ପାଟିରେ ହିଁ ବିସ୍ଫୋରଣ ହୋଇଗଲା । ତିନି ଦିନ ପାଣି ଭିତରେ ରହି ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ପ୍ରାଣ ହରାଇଥିଲା ଗର୍ଭବତୀ ହାତୀ ।

Leave A Reply

Your email address will not be published.