Latest Odisha News

BREAKING NEWS

କୋଣାର୍କରେ ଜବରଦସ୍ତ ଉଠାଇନେଲେ ଦୁର୍ବୃତ୍ତ; ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ ଅଭିଯୋଗ

କୋଣାର୍କ:କୋଣାର୍କ ଥାନା ଅଧୀନ ବନାଖଣ୍ଡି ଛକ ନିକଟରେ ଅପହରଣ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ଜୟ ଚକ୍ରବର୍ତ୍ତୀ (୩୫) ନାମକ ଯୁବକ ନିଜ ସାଙ୍ଗଙ୍କ ସହ ଏକ କାରରେ କୋଣାର୍କ ବୁଲିବାକୁ ଆସିଥିଲେ । ତେବେ ରାତିରେ ଭୁବନେଶ୍ୱର ଫେରିବା ବେଳେ ବନାଖଣ୍ଡି ଛକ ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପରେ ତେଲ ପକାଇ ମୁଖ୍ୟ ରାସ୍ତାକୁ ଆସିବା ବେଳେ ପୂର୍ବରୁ ତାଙ୍କୁ ପିଛା କରୁଥିବା ଏକ କାରରେ ଦୁଇ ଯୁବକ ଆସି ଜୟ ଚକ୍ରବର୍ତ୍ତୀଙ୍କୁ କାର ଭିତରୁ ଜୋର ଜୋର୍ ଜବରଦସ୍ତ ଉଠାଇ ନେଇଥିଲେ ଓ ନିଜ କାର ମଧ୍ୟରେ ନେଇ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ ।

ସାଥୀରେ ଆସିଥିବା ଜୟ ଚକ୍ରବର୍ତ୍ତୀଙ୍କ ସାଙ୍ଗ ତୁରନ୍ତ ଏନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୋଣାର୍କ ପୋଲିସ ଓ ପୁରୀ ଜିଲ୍ଲା ଅତିରିକ୍ତ ଏସପି ଘଟଣାର ତଦନ୍ତ କରୁଛନ୍ତି ।

Comments are closed.