Latest Odisha News

BREAKING NEWS

କୋଣାର୍କରୁ ଅପହରଣ ମାମଲା, ୨୪ ଘଣ୍ଟା ମଧ୍ୟରେ ଯୁବକଙ୍କୁ ଉଦ୍ଧାର କଲା ପୋଲିସ

ପୁରୀ: କୋଣାର୍କରୁ ଅପହରଣ ପାରାଦୀପରୁ ଉଦ୍ଧାର। ୨୪ ଘଣ୍ଟା ମଧ୍ୟରେ ଯୁବକଙ୍କୁ ଉଦ୍ଧାର କଲା ପୋଲିସ। ଗତ ମଙ୍ଗଳବାର ଦିନ ଫିଲ୍ମ ଷ୍ଟାଇଲରେ ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ୨୪ ଘଣ୍ଟା ମଧ୍ୟରେ ଯୁବକଙ୍କୁ ଉଦ୍ଧାର କଲା ପୋଲିସର ସ୍ବତନ୍ତ୍ର ଟିମ୍। କୋଣାର୍କ ମନ୍ଦିର ବୁଲି ଜୟଚକ୍ରବର୍ତ୍ତି ନିଜ ସାଙ୍ଗମାନଙ୍କ ସହ ଭୁବନେଶ୍ବର ଫେରୁଥିବା ବେଳେ ବନାଖଣ୍ଡି ପେଟ୍ରୋଲ ପମ୍ପଠାରୁ ତାଙ୍କୁ ଅପହରଣ କରାଯାଇଥିଲା।

ଏକ ନାଲି ରଙ୍ଗର କାରରେ ୬ଜଣ ଦୁର୍ବୃତ୍ତ ଆସି କାର ଭିତରକୁ ତାଙ୍କୁ ଜବରଦସ୍ତି ଉଠାଇ ନେଇଥିଲେ । ଏନେଇ ଚକ୍ରବର୍ତ୍ତୀଙ୍କ ସାଙ୍ଗମାନେ କୋଣାର୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଚେକିଂଜୋରଦାର କରିଥିଲା। ସିସିଟିଭି ଫୁଟେକୁ ଆଧାର କରି ୨୪ ଘଣ୍ଟା ମଧ୍ୟରେ ପାରାଦୀପ ଗଡ଼ର ଜଣଙ୍କ ଘରୁ ଜୟଚକ୍ରବର୍ତ୍ତିଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ହାତ ଗୋଡ଼ ବାନ୍ଧି ଘର ଭିତରେ ରଖାଯାଇଥିଲା।

ଏଥିସହ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଅପହରଣରେ ବ୍ୟବହୃତ ନାଲି ରଙ୍ଗର କାର ମଧ୍ୟ ଜବତ କରିଛି। ବ୍ୟବସାୟୀରୁ ଶତ୍ରୁତା ଆଉ ଅପହରଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତଙ୍କୁ କୋଣାର୍କ ଥାନାରେ ଅଟକ ରଖି ପୋଲିସ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରୁଛି।

Comments are closed.