Latest Odisha News

କେନ୍ଦ୍ରମନ୍ତ୍ରୀଙ୍କ ଘରେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ର ରାଜ୍ୟ ମନ୍ତ୍ରୀ ତଥା ଉତ୍ତରପ୍ରଦେଶ ମୋହନଲାଲ  ଗଞ୍ଜ ଆସନର ସାସଂଦ କୌଶଲ କିଶୋରଙ୍କ ଲକ୍ଷ୍ନୌସ୍ଥିତ ଘରେ ଯୁବକଙ୍କୁ ହତ୍ୟା । ମୃତ ଯୁବକଙ୍କ ନାମ ବିନୟ ଶ୍ରୀବାସ୍ତବ ଓ ବୟସ ୩୦ ବର୍ଷ  । ବିନୟ ଜଣେ ବିଜେପି କର୍ମୀ ଏବଂ କୌଶଲ କିଶୋରଙ୍କ ପୁଅ ବିକାଶଙ୍କର ବନ୍ଧୁ  । ଉଭୟେ ଏକାଠି ରହୁଥିଲେ । ପୋଲିସ ଘଟଣାସ୍ଥଳରୁ ଏକ ସରକାରୀ ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଜବତ କରିଛି । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଛାନଭିନ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାର, କୌଶଲ କିଶୋରଙ୍କ ଠାକୁରଗଞ୍ଜ ଥାନା ଅଧିନସ୍ଥ ବେଗରିଆ ଗାଁର ନିଜ ଘରେ ଏହି ଘଟଣା ଘଟିଛି । ବିନୟ ଶ୍ରୀବାସ୍ତବଙ୍କୁ ପିସ୍ତଲରୁ ଗୁଳି କରାଯାଇ   ହତ୍ୟା କରାଯାଇଛି । ଘଟଣାସ୍ଥଳରେ ଡିସିପି ରାହୁଲ ରାଜ, ଏଡିସିପିଙ୍କ ସମେତ ପୋଲିସ ଅଧିକାରୀ ପହଞ୍ଚିଛନ୍ତି । ପୋଲିସ ୩ ଜଣ ଲୋକଙ୍କୁ ଧରି ଜେରା କରୁଛି । ବିନୟଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ବିନୟଙ୍କୁ ଗୁଳି କରି ହତ୍ୟା କରାଯାଇଛି ।  ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଚିହ୍ନ ରହିଛି । ରାତିରେ ୬ ଜଣ ଲୋକ ଆସିଥିଲେ । ଖାଇବା ପିଇବା ହୋଇଥିଲା । ଏହାପରେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଥିଲା । ଏହି ପିସ୍ତଲ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିକାଶ କୌଶଲଙ୍କର ବୋଲି ଜଣାଯାଇଛି । ଫରେନ୍ସିକ ଟିମ ଘଟଣାର ଯାଞ୍ଚ କରୁଛି । ଏହାବ୍ୟତୀତ ପୋଲିସ ସିସିଟିଭି ଯାଞ୍ଚ କରୁଛି । ବିନୟଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.