Latest Odisha News

BREAKING NEWS

ଦେଶର ଏମିତି ଏକ ମନ୍ଦିର, ଯେଉଁଠି ପ୍ରସାଦରେ ଭକ୍ତଙ୍କୁ ମିଳେ ଟଙ୍କା ସହ ସୁନାରୂପା ଅଳଙ୍କାର

ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ । ବିଚିତ୍ର ତାର ପରିକଳ୍ପନା । ଆମ ଦେଶରେ ଏପରି ଅନେକ ରହସ୍ୟ ରହିଛି ଯାହା ବିଷୟରେ ଜାଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଭାରତରେ ଏପରି ଅନେକ ମନ୍ଦିର ଅଛି ଯେଉଁ ମନ୍ଦିର ନିଜର ଅଲୌକିକ ଶକ୍ତି ଏବଂ ପ୍ରଥା ପାଇଁ ପ୍ରସିନ୍ଧ । ତେବେ ଆଜି ଆମେ ଆପଣଙ୍କୁ ଏକ ଏପରି ମନ୍ଦିର ବିଷୟରେ କହିବୁ ଯେଉଁଠାରେ ସ୍ଵୟଂ ମା’ ଲକ୍ଷ୍ମୀ ବାସ କରୁଛନ୍ତି । ଏହି ମନ୍ଦିରର ଉତ୍ସବ ସମୟରେ ମନ୍ଦିରକୁ ଫୁଲରେ ନୁହେଁ ବରଂ ଟଙ୍କା ଓ ସୁନାଗହଣାରେ ସଜା ଯାଏ । ଆଉ ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ହେଉଛି ଏଠାରେ ଭକ୍ତ ମାନଙ୍କୁ ପ୍ରସାଦ ସ୍ଵରୁପ ଟଙ୍କା ଓ ସୁନାଗହଣା ପ୍ରଦାନ କରାଯାଏ । ତେବେ ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ ।

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଅଛି ମା’ ଲକ୍ଷ୍ମୀଙ୍କର ଏକ ଭବ୍ୟ ମନ୍ଦିର । ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଆକାରରେ ବିଭିନ୍ନ ପ୍ରକାରର ସୁନା, ଗହଣା ଦିଆଯାଇଥାଏ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବେ ବି ସତ । ତେବେ ଏଠାରୁ ପ୍ରସାଦ ଆକାରରେ ପାଇଥିବା ଅଳଙ୍କାରକୁ ମଧ୍ୟ ଲୋକେ ବ୍ୟବହାର ନକରି ଘରେ ସାଇତି ରଖିଥାନ୍ତି । ଘରେ ଏହାକୁ ରଖିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଖାସ କରି ଦୀପାବଳି, ଧନତେରାସରେ ଏଠାରେ ପାଞ୍ଚଦିନ ଧରି ଉତ୍ସବ ପାଳନ କରାଯାଇଥାଏ । ଏହି ଦିନମାନଙ୍କରେ ମା’ଙ୍କ ମନ୍ଦିରକୁ ଫୁଲରେ ନସଜେଇ ଭକ୍ତମାନେ ଦାନ କରିଥିବା ବିଭିନ୍ନ ଟଙ୍କା ଓ ସୁନାଗହଣାରେ ସଜା ଯାଇଥାଏ । ଏଥିସହ ଏହି ଦିନମାନଙ୍କରେ ମନ୍ଦିରରେ କୁବେର ଦରବାର ବୋଲି ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥାଏ । ମା ମହାଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ପ୍ରସାଦ ଆକାରରେ ବିଭିନ୍ନ ପ୍ରକାରର ସୁନାଗହଣଆ ଓ ଅଳଙ୍କାରମାନ ପ୍ରଦାନ କରାଯାଇଥାଏ। ପୂର୍ବରୁ ରାଜା ରାଜ୍ୟର ଉନ୍ନତି ପାଇଁ ମନ୍ଦିରକୁ ବିଭିନ୍ନ ପ୍ରକାର ଅଳଙ୍କାର ଓ ସୁନାଗହଣା ଆଦି ଦାନ କରୁଥିଲେ । ଯାହା ବର୍ତ୍ତମାନ ସେହି ଅଞ୍ଚଳର ସାଧାରଣ ଲୋକ କରୁଛନ୍ତି । ଦୀପାବଳୀ ଦିନ ମାଙ୍କ ମନ୍ଦିର ଭକ୍ତମାନଙ୍କପାଇଁ  ୨୪ଘଣ୍ଟା ଖୋଲା ରହିଥାଏ ।

Leave A Reply

Your email address will not be published.