Latest Odisha News

BREAKING NEWS

ଟ୍ରକ୍‌ ଧକ୍କାରେ ଯୁବକ ମୃତ, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

କେନ୍ଦୁଝର: କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ ଅଧୀନ ଏକ ଘରୋଇ ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ହେଲେ ସନ୍ତୋଷ ଦେହୁରୀ ସେ ସ୍ଥାନୀୟ ବିନିନ୍ଦା ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଫେରାର ଅଛି ଡ୍ରାଇଭର ।

ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସୁଥିବା ଏକ ଚଉଦ ଚକିଆ ଟ୍ରକ୍ ରାୟଗୋଡା ପଞ୍ଚାୟତ ସ୍ଥିତ ଏକ ଘରୋଇ ପ୍ଲାଣ୍ଟ ନିକଟରେ ସନ୍ତୋଷଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକେ ଟ୍ରକଟିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଉତ୍ତେଜନା କମିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.