Latest Odisha News

BREAKING NEWS

ଯୁବ ଚାଷୀ ଅଜିତଙ୍କ କମାଲ୍, ଦୁର୍ଗମ ଅଞ୍ଚଳରେ ଫଳାଇଲେ ବିଦେଶୀ ଫଳ

କାମାକ୍ଷାନଗର: ଦୃଢ଼ ଇଚ୍ଛା ଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସଫଳ ହୋଇପାରିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କଲେ ବିଦେଶୀ ଚାଷ । ଏହିପରି ଏକ ଉଦାହରଣ ସାଜିଛନ୍ତି ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗୋପପୁର ଗାଁର ଅଜିତ କୁମାର ମହାନ୍ତ । ଏଥିପାଇଁ ଦୀର୍ଘ ୧୪ବର୍ଷର ହେଲଥ୍ କେୟାର ଚାକିରି ଛାଡ଼ିଥିଲେ । ଉନ୍ନତମାର ଜ୍ଞାନ କୌଶଳ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କରି ଆଜି ସଫଳ ହୋଇପାରିଛନ୍ତି ।

କନ୍ଧରା ଗାଁରେ ପ୍ରାୟ ୫୦ ଏକର, ଗୋପପୁର ଗାଁରେ ୨୦ ଏକର ଏବଂ କେନ୍ଦୁଝର ଜିଲ୍ଲା ବେଣାମୁଣ୍ଡା ଗାଁରେ ୫ଏକର ଜାଗାରେ ଚାଷ କରିଛନ୍ତି । ଥାଇଲାଣ୍ଡ ବେରୀ, ଡ୍ରାଗନ, ସଜନା ଓ ଇସ୍ରାଏଲର ଉନ୍ନତମାନର କଦଳୀ ଚାଷ କରିପାରିଛନ୍ତି । ଥାଇଲାଣ୍ଡ ବେରୀ ଭିତରେ ରହିଛି ଥାଇ ରେଡ଼ ଆପଲ, ଗ୍ରୀନ ଆପଲ, କାଶ୍ମୀର ସୁନ୍ଦରୀ ଓ ସିଡ଼ ଲେସ ବେରୀ । ସେହିପରି ତିନି ପ୍ରଜାତିର ଡ୍ରାଗନ ଫସଲ, ଇସ୍ରାଏଲ ଦେଶର ଜି-୯ କଦଳୀ, ଓଡ଼ିଶୀ ଥ୍ରୀ, ପିକେଏମ ଭଳି ଚାରି ପ୍ରଜାତିର ସଜନା ଗଛ ରୋପଣ କରାଯାଇଛି ।

 

ବାପା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ମହାନ୍ତଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । କରୋନା ମହାମାରୀ ସମୟରେ ନିଜ ଚାଷ ଜମିରେ ନିୟୋଜିତ କରି ଅନ୍ୟମାନଙ୍କ ପାଇଁ ରୋଜଗାରର ବାଟ ଖୋଲିଦେଇଛନ୍ତି । ମାତ୍ର ୫ରୁ ୭ମାସ ଭିତରେ ତାଙ୍କର ଏହି ପ୍ରୟାସ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିପାରିଛନ୍ତି । ସେପେଟେ ଅଜିତଙ୍କ ପ୍ରୟାସକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସହକାରୀ ଉଦ୍ୟାନ ନିର୍ଦ୍ଦେଶକ କୁଶ ଅଗ୍ରୱାଲ । ଆଗାମୀ ଦିନରେ ତାଙ୍କର ସହାୟତା ଦରକାର ହେଲେ ନିଶ୍ଚିତ ସହଯୋଗ କରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.