Latest Odisha News

BREAKING NEWS

ରାଜ୍ୟର ସବୁଠୁ ଥଣ୍ଡା ସହର ଫୁଲବାଣୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି। ଫୁଲବାଣୀ ଲଗାତାର୍‌ ଭାବେ ତୃତୀୟ ଦିନ ପାଇଁ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ଫୁଲବାଣୀରେ ରାତ୍ରି ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଫୁଲବାଣୀରେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯିବା ସହ ବୁଧବାର ରାତିରେ ୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

ରାଜ୍ୟର ଅତି କମରେ ୧୧ ଟି ସ୍ଥାନ ଗୁରୁବାର ରାତିରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ (୮.୮), କେନ୍ଦୁଝର (୮.୬), ସୁନ୍ଦରଗଡ (୭.୫), ହୀରାକୁଦ (୯.୫), ଭବାନୀପାଟଣା (୯), କୋରାପୁଟ (୯.୬), ଟିଟଲାଗଡ (୮.୩), ସୋନପୁର (୮.୨), ଦାରିଙ୍ଗବାଡି (୭.୫) ଏବଂ ବୌଦ୍ଧରେ ତାପମାତ୍ରା (୯) ଡିଗ୍ରୀ ରହିଛି।

Leave A Reply

Your email address will not be published.