Latest Odisha News

BREAKING NEWS

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କ ଗଳାକାଟି ହତ୍ୟା !

ଯାଜପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ସନ୍ଦେହ। ଯାଜପୁର ଟାଉନ ଥାନା ଭେଲଙ୍ଗ ଗ୍ରାମରେ ଯୁବକଙ୍କୁ ଗଳାକାଟି ହତ୍ୟା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ ଟାରେ ଭେଲଙ୍ଗ ଅଞ୍ଚଳର ମଧୁସୂଦନ ମଲିକଙ୍କ ପୁଅ ଟୁଟନ ମଲିକ(୨୨) ପେଟ୍ରୋଲ ପାଇଁ ନିକଟସ୍ଥ ତେଲ ଟାଙ୍କିକୁ ଯାଇଥିଲେ । ତେବେ କିଛି ସମୟ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ପଡିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ। ଏହାପରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଆସିଥିଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତେବେ କିଏ ଓ କାହିକି ଏପରି ଘଟଣା ଘଟାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୁର୍ବ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଇଛି। ମୃତ ଦେହକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଥିବା ବେଳେ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.