ରାୟଗଡ଼ା : ରାୟଗଡ଼ାରେ ଜଘଣ୍ୟ ହତ୍ୟାକାଣ୍ଡ । ରାୟଗଡ଼ା ଜିଲ୍ଲା କପିଳାସ ରୋଡରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବି.ରାଜୁ ତାଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ପରକିୟାପ୍ରୀତିରୁ ଏହି ହତ୍ୟା କାଣ୍ଡ ହୋଇଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି।
ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରିଛି । ଗତକାଲି ରାତିରେ ରାଜୁଙ୍କ କିଛି ଲୋକଙ୍କ ସହ ଝଗଡ଼ା ହୋଇଥିଲା। ଅଟକ ଥିବା ଯୁବକଙ୍କ ସୂଚନା ଅନୁସାରେ ପରକିୟାପ୍ରୀତିରୁ ଯୋଗୁଁ ରାଜୁଙ୍କ ଝଗଡ଼ା ସୃଷ୍ଟି ହୋଇଥିଲା। ପରେ କିଛି ଜଣ ଯୁବକ ରାଜୁଙ୍କ ଉପରେ ମିଳିତ ଆକ୍ରମଣ କରିଥିଲେ। ଫଳରେ ରାଜୁଙ୍କ ମୃତ୍ୟୁ ହୋଇଥିଲ। ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି । ଅନ୍ୟକେଉଁ ମାନେ ଘଟଣାରେ ଜଡିତ ଅଛନ୍ତି ତାହା ପୋଲିସ ତଦନ୍ତ କରୁଛି।
Comments are closed.