Latest Odisha News

BREAKING NEWS

ଦୀର୍ଘତମ ଜିଭ ପାଇଁ ବିଶ୍ୱ ରେକର୍ଡ

ୱାଶିଂଟନ: ଆପଣ ନିଶ୍ଚୟ ଏପରି ଅନେକ ପଶୁଙ୍କୁ ଦେଖିଥିବେ ଯାହାର ଜିଭ ବହୁତ ଲମ୍ବା । କିନ୍ତୁ ଆପଣ କୌଣସି ମଣିଷର ଲମ୍ବା ଜିଭ ଦେଖିଛନ୍ତି କି? ଆମେରିକାର ଜଣେ ବ୍ୟକ୍ତି ନିଜ ଲମ୍ବା ଜିଭ ଆଧାରରେ ବିଶ୍ୱ ରେକର୍ଡ କରିଛନ୍ତି ।

ଆମେରିକାର ବାସିନ୍ଦା ନିକ୍ ଷ୍ଟୋବେର୍ଲ । ତାଙ୍କ ଜିଭ ଦୁନିଆର ସବୁଠାରୁ ଲମ୍ବା ଜିଭ । ସେଥିଲାଗି ତାଙ୍କ ନାଁ ଗିନିଜ ୱାର୍ଲ୍ଡ ରେକର୍ଡ ସ୍ଥାନ ପାଇଛି । ଜଣେ ସାଧାରଣ ପୁରୁଷର ଜିଭର ଲମ୍ବା ୩.୩୪ ଇଞ୍ଚ ହୋଇଥିବାବେଳେ ଜଣେ ମହିଳାଙ୍କ ଜିଭର ଲମ୍ବା ୩.୧୧ ଇଞ୍ଚ ହୋଇଥାଏ । କିନ୍ତୁ ନିକଙ୍କ ଜିଭର ଲମ୍ବ ୩.୯୭ ଇଞ୍ଚ ।
ନିକ୍ କହିଛନ୍ତି, ଲମ୍ବା ଜିଭ ପାଇଁ ନିଜ ନାମ ଗିନିଜ୍ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଥିବାରୁ ବହୁତ ଖୁସି । ହେଲେ ଏହି ଲମ୍ବା ଜିଭ ବ୍ୟବହାର କରି ଆଉ କିଛି କରିବାକୁ ସେ ସବୁବେଳେ ଚାହାଁନ୍ତି । ଏକ ମିନିଟରେ ସର୍ବାଧିକ ଥର ଜିଭରେ ନାକ ଛୁଇଁବା ପାଇଁ ନିଷ୍ପତ୍ତି ନେଲେ । ଏକ ମିନିଟରେ ୨୮୧ ଥର ନାକ ଛୁଇଁବାର ରେକର୍ଡ ଥିଲା, କିନ୍ତୁ ନିକ ତାଙ୍କ ନାକକୁ ମାତ୍ର ୨୪୬ ଥର ଛୁଇଁ ପାରିଥିଲେ ।

ନିକଟରେ ସେ ନିଜର ଲମ୍ବା ଜିଭ ବ୍ୟବହାର କରି ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି । ସେ ଜିଭ ସାହାଯ୍ୟରେ ଜେଙ୍ଗା ବ୍ଲକର ଏକ ପୁରା ଷ୍ଟାକରୁ ୫ ଟି ଜେଙ୍ଗା ବ୍ଲକକୁ ପୃଥକ କରି ଏହି ରେକର୍ଡ କରିଛନ୍ତି । ସେ ମାତ୍ର ୫୫.୫୨ ସେକେଣ୍ଡରେ ବ୍ଲକକୁ ହଟାଇ ଏହି ରେକର୍ଡ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ ଗିନିଜ ୱାର୍ଲ୍ଡ ରେକର୍ଡଧାରୀ ହେବା ତାଙ୍କ ପାଇଁ ଗର୍ବର ବିଷୟ । କାରଣ ଗିନିଜ ୱାର୍ଲ୍ଡ ରେକର୍ଡ ଯୋଗୁଁ ତାଙ୍କ ଜୀବନ ବଦଳି ଯାଇଛି ।

 

Leave A Reply

Your email address will not be published.