Latest Odisha News

BREAKING NEWS

ପୁଣି ଥରେ ବିବାହ କଲେ ଦଲଜିତ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ କୌର । ପ୍ରେମିକ ନିଖିଲ ପଟେଲଙ୍କୁ ବିବାହ କରିଛନ୍ତି ସେ । ଏହି ବିବାହ ଉତ୍ସବରେ ଦଲଜିତଙ୍କ ପରିବାର ଲୋକେ ଏବଂ ବନ୍ଧୁମାନେ କେବଳ ସାମିଲ ହୋଇଥିଲେ । ବିବାହ ପୋଷାକରେ ନିଖିଲ ଓ ଦଲଜିତ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଏହି ବିବାହରେ ଉଭୟଙ୍କ ପରିବାର ଖୁସି ଅଛନ୍ତି । ବିବାହ ପରେ ନବ ବିବାହିତ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ବିବାହ ଫଟୋ ଶେୟାର କରି ଦଲଜିତ କହିଛନ୍ତି, ଆଜିଠାରୁ ଏକ ନୂଆ ଜୀବନ ଆରମ୍ଭ ହେଲା । ଗୋଟେ ପାର୍ଟିରେ ନିଖିଲଙ୍କ ସହ ଭେଟ ହୋଇଥିଲା । ଆମ ଭିତରେ ଥିବା ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା । ଶେଷରେ ଆମେ ବିବାହ କରିବାକୁ ନିଷ୍ପତ୍ତି ନେଲୁ । ପୂର୍ବରୁ ନିଖିଲଙ୍କ ୨ ଝିଅ ଥିବା ବେଳେ ଦଲଜିତଙ୍କର ଗୋଟେ ପୁଅ ଅଛନ୍ତି । ଦୁହେଁ ପରସ୍ପରର ଅତିତକୁ ସ୍ୱିକାର କରି ନୂଆ ଜୀବନ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.