Latest Odisha News

BREAKING NEWS

ହାତକଡ଼ି ପକାଇ ୧୧ କିମି ପହଁରି ବିଶ୍ୱ ରେକର୍ଡ

ଇଜିପ୍ଟ: ବିଶ୍ୱ ରେକର୍ଡ଼ ହାସଲ ପାଇଁ ଲୋକଙ୍କର ଅନେକ କାରନାମା କରିବାରେ ଥାଏ ପ୍ରବଳ ଝୁଙ୍କ୍ । ଏମିତି ହାତରେ ହାତକଡ଼ି ପକାଇ ପାଣିରେ ପହଁରିବା ଓ ରେକର୍ଡ଼ କରିବା ନେଇ ଉଦ୍ୟମ କରି ସଫଳ ହୋଇଛନ୍ତି ଇଜିପ୍ଟର ଜଣେ ଯୁବକ ।

BjdElectrycity

ସାଧାରଣତଃ ହାତକଡ଼ି ପକାଇ ପାଣିରେ ପହଁରିବା ଏକ ପ୍ରକାର ଦୁଃସାଧ୍ୟ କାର୍ଯ୍ୟ । କାରଣ ପାଣିରେ ବିନା ହାତ ହଲାଇ ପହଁରିବା ସମ୍ଭବ ନୁହେଁ । କିନ୍ତୁ ଏଭଳି କଷ୍ଟସାଧ୍ୟ ଉଦ୍ୟମକୁ ସଫଳ କରିପାରିଛନ୍ତି ଇଜିପ୍ଟର ଜଣେ ଯୁବକ ଶେହାବ ଆଲମ । ସେ ହାତରେ ହାତକଡ଼ି ଲଗାଇ ଗୋଟିଏ କିମ୍ବା ଦୁଇ କିଲୋମିଟର ନୁହେଁ, ଏକାଥରକେ ୭ ମାଇଲ୍ ବା ପାଖାପାଖି ୧୧ କିଲୋମିଟର ଦୂର ପହଁରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।
ଶେହାବ ଆରବିୟାନ୍ ଗଲ୍ଫରେ ଦୁଇ ହାତରେ ହାତକଡ଼ି ଲଗାଇ ୬ ଘଣ୍ଟାରେ ୧୧ କିଲୋମିଟର ଦୂର ପହଁରିଥିଲେ । ବହୁଦିନ ପୂର୍ବରୁ ଶେହାବ ନିୟମିତ ଅଭ୍ୟାସ ଆରମ୍ଭ କରିଥିଲେ । ପ୍ରତିଦିନ ହାତକଡ଼ି ବାନ୍ଧି ସମୁଦ୍ରରେ କିଛି ଦୂର ପର୍ଯ୍ୟନ୍ତ ସେ ପହଁରିବା ବାରମ୍ବାର ଅଭ୍ୟାସ କରୁଥିଲେ । ହାତକଡ଼ି ବାନ୍ଧି ପହଁରି ଗିନିଜ୍ ୱାଲଡ ରେକର୍ଡ କରିବା ପରେ ସେ ନିଜକୁ ସୁପର ହିରୋ ଭଳି ଅନୁଭବ କରିଥିବା କହିଛନ୍ତି ।
ଶେହାବ କହିଛନ୍ତି, ପୂର୍ବରୁ ସେ ଯେଉଁସବୁ ରେକର୍ଡ ହାସଲ କରିଛନ୍ତି, ସେସବୁ ସେତିକି ଖୁସି ଦେଇନାହିଁ ଯେତିକି ଗିନିଜ୍ ୱାର୍ଲଡ ରେକର୍ଡସ୍ ଦେଇଛି । ସନ୍ତରଣକୁ ନେଇ ତାଙ୍କ ମଧ୍ୟରେ ଥିବା କଳା ଓ କୌଶଳ ଦୀର୍ଘସ୍ଥାୟୀ ହେବା ସହ ସେ ନିଜ ରେକର୍ଡକୁ ବଜାୟ ରଖିବେ ବୋଲି କହିଛନ୍ତି ।

Leave A Reply

Your email address will not be published.