Latest Odisha News

BREAKING NEWS

ପୂର୍ବରୁ ଚିହ୍ନି ନ ଥିଲେ, ଏବେ ଉର୍ବଶୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଏହି ପାକିସ୍ତାନ କ୍ରିକେଟର

ମୁମ୍ବାଇ: ପାକିସ୍ତାନୀ କ୍ରିକେଟର ନସୀମ ଶାହ ଏକ ସାକ୍ଷାତକାର ଅବସରରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ଖୋଲାଖୋଲି ଭାବେ ବିବାହ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯଦି ତାଙ୍କର କୌଣସି ଆପତି ନ ଥାଏ ତାହାହେଲେ ମୁଁ ବିବାହ ପାଇଁ ରାଜି ଅଛି । ସୂଚନାଯୋଗ୍ୟ, କିଛି ଦିନ ତଳେ ତାଙ୍କୁ ଉର୍ବଶୀଙ୍କ ସମ୍ପର୍କରେ ପଚରାଯିବାରୁ ସେ ତାଙ୍କୁ ଚିହ୍ନି ନାହାନ୍ତି ବୋଲି କହିଥିଲେ । ନସୀମଙ୍କ ଜନ୍ମ ଦିନରେ ଉର୍ବଶୀ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜରାଇଥିଲେ । ଏସିଆ କପ ୨୦୨୨ ଅବସରରେ ଏହି ଦୁଇଜଣଙ୍କ ବିଷୟରେ ପ୍ରଥମେ ଆଲୋଚନା ହୋଇଥିଲା । ଭାରତ-ପାକିସ୍ତାନ ମ୍ୟାଚ ଉପଭୋଗ କରିବା ପାଇଁ ଉର୍ବଶୀ ଦୁବାଇ ଯାଇଥିଲେ ।

ଏହି ମ୍ୟାଚରେ ନସୀମ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ମ୍ୟାଚ ଶେଷ ହେବା ପରେ ଉର୍ବଶୀ ଓ ନସୀମଙ୍କ ଏକ ଫ୍ୟାନ ମେଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଉର୍ବଶୀ ଏହାକୁ ଶେୟାର କରିଥିଲେ । ଏହା ପରେ ନସୀମ ତାଙ୍କୁ ଚିହ୍ନ ନାହାନ୍ତି ବୋଲି କହିଥିଲେ । ଚଳିତ ବର୍ଷ ଫେବୃୟାରୀ ୧୫ରେ ନସୀମ ୨୦ ବର୍ଷରେ ପଦାର୍ପଣ କରିଛନ୍ତି ।

Leave A Reply

Your email address will not be published.