Latest Odisha News

ଅଶାନ୍ତ ଗଞ୍ଜାମ: ଗୁଳିମାଡରେ ଯୁବକ ମୃତ୍ୟୁ

କବିସୂର୍ଯ୍ୟନଗର: ଅଶାନ୍ତ ଗଞ୍ଜାମ । ଗଞ୍ଜାମ କବିସୂର୍ଯ୍ୟନଗରରେ ଜଟେଶ୍ବର ପୋଖରୀ ପାଖରେ ଗୁଳି ମାଡ଼ରେ ଟଳି ପଡ଼ିଲେ ଯୁବକ। କିଏ ଓ କାହିଁକି ଗୁଳି କରି ହତ୍ୟା କଲା ତାହା ଜଣାପଡ଼ି ନଥିବା ବେଳେ ମୃତ ଯୁବକ ଜଣଙ୍କ ହେଉଛନ୍ତି କବିସୂର୍ଯ୍ୟନଗର ଏନଏସି ନଈସାହିର ତ୍ରିନାଥ ମଲ୍ଲିକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନା ଅନୁସାରେ, ଆଜି ଅପରାହ୍ନରେ ତ୍ରିନାଥ ଏକ ମଣ୍ଡପ ଉପରେ ବସିଥିବା ବେଳେ ଜଣେ ଅଜଣା ବ୍ୟକ୍ତି ତ୍ରିନାଥଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳିମାଡ଼ ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ କବିସୂର୍ଯ୍ୟନଗର ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତ୍ରିନାଥଙ୍କ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ କିଏ ଓ କାହିଁକି ତ୍ରିନାଥଙ୍କ ଉପରେ ଗୁଳି ଚଳାଇଛି ସେ ନେଇ କୌଣସି ସୂଚନା ମିଳିନାହିଁ ।

Comments are closed.