Latest Odisha News

BREAKING NEWS

ଇଂଜେକ୍ସନ ଦେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁ ନିକଟରେ ଅଘଟଣ। ସ୍କୁଲ ଯିବା ବାଟରେ ଛାତ୍ରଙ୍କୁ ଇଂଜେକସନ୍ ଦେଲେ ଦୁର୍ବୃତ୍ତ। ୧୦ମ ଶ୍ରେଣୀ ଛାତ୍ରଙ୍କୁ ଇଂଜେକସନ୍ ଫୋଡ଼ି ଦେଲେ ୫ ଦୁର୍ବୃତ୍ତ। ଚେତାଶୂନ୍ୟ ଅବସ୍ଥାରେ ଛାତ୍ରଙ୍କୁ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି। ୫ ଯୁବକଙ୍କ ପରିଚୟ ମିଳିନଥିବା ବେଳେ କାହିଁକି ଇଞ୍ଜେକସନ୍ ଦେଲେ ତାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ତେବେ ଛାତ୍ରଙ୍କୁ ଅପହରଣ ଉଦ୍ଦେଶ୍ୟରେ ଇଞ୍ଜେକସନ୍ ଦେଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, ଛାତ୍ର ଜଣଙ୍କ ହେଉଛନ୍ତି ଗଵଯୋର ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର ସମ୍ବିତ। ଆଜି ସବୁଦିନ ପରି ବିଦ୍ୟାଳୟ ଯାଉଥିବା ବେଳେ ହଠାତ୍ ବାଟରେ ଦୁଇଟି ବାଇକ୍‌ରେ ୫ ଜଣ ଦୁର୍ବୃତ୍ତ ଆସି ସମ୍ବିତଙ୍କୁ ମାଡ଼ି ବସି ଏକ ଇଞ୍ଜେକ୍ସନ ଦେଇଦେଇଥିଲେ । ଇଞ୍ଜେକସନ ଦେବା ପରେ ସମ୍ବିତ ସେଠାରେ ହିଁ ଅଚେତ ହୋଇଯାଇଥିଲେ। ଏହାପରେ ଉକ୍ତ ୫ ଜଣ ସେଠାରୁ ଫେରାର ହୋଇ ଯାଇଥିଲେ।

ଗୁରୁତର ଅବସ୍ଥାରେ ସମ୍ବିତକୁ କିଛି ସ୍ଥାନୀୟ ଲୋକେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ତେବେ ଦୁର୍ବୁତ୍ତମାନେ କିଏ ଓ କାହିଁକି ସମ୍ବିତକୁ ଏହିଭଳି ଇଞ୍ଜେକ୍ସନ ଦେଲେ ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.