Latest Odisha News

BREAKING NEWS

ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର

ଭୁବନେଶ୍ୱର: ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ପରେ ଗିରଫ କରିଛି ଇନଫୋସିଟି ଥାନା। ଶିବ ତାଣ୍ଡବ ଗୀତକୁ ନେଇ ହୋଇଥିଲା ଅଭିଯୋଗ। ଧମକ ଦେଇ ଦର୍ଶକଙ୍କୁ ଭୟଭୀତ କରୁଥିଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା।

ଗତକାଲି ଲେଖିକା ବନସ୍ମିତା ପତି ବରିଷ୍ଠ ଲେଖକ ଦେବଦାସ ଛୋଟରାୟ ପ୍ରମୁଖ ପ୍ରେସମିଟ କରି ତପି ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଥାନାର ଦ୍ବାରସ୍ଥ ହୋଇଥିଲେ। ଏଭଳି ଅଭିଯୋଗ ଆଧାରରେ ତପି ମିଶ୍ରଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ।

ସୂଚନା ଅନୁସାରେ, ତପି ମିଶ୍ର ଜଣେ ଓଡ଼ିଆ ଲେଖିକା ବନସ୍ମିତା ପତିଙ୍କ ବିରୁଦ୍ଧରେ ଅଶ୍ଳୀଳ ଭାଷା ବ୍ୟବହାର କରି ସାର୍ବଜନୀନ ଭାବେ ପୋଷ୍ଟ କରିଥିଲେ। ମାର୍ଚ୍ଚ ୧୭ ତାରିଖରେ ଏହି ପୋଷ୍ଟଟି କରାଯାଇଥିଲା। ବନସ୍ମିତା ଏକ ଫେସ୍‌ବୁକ୍ ପୋଷ୍ଟରେ ମନ୍ତବ୍ୟ ଦେଇଥିବା ବେଳେ ତପି ତାଙ୍କୁ ଟାର୍ଗେଟ୍ କରି ଆକ୍ଷେପଜନକ ମନ୍ତବ୍ୟ ଦେଇଥିଲେ।

ପୂର୍ବରୁ ମହା ଶିବରାତ୍ରି ସମୟରେ ତପି ଶିବ ତାଣ୍ଡବ ସ୍ତୋତ୍ର ଗାଇଥିଲେ। ଏହାକୁ ସେ ଲଖିଥିବା ନେଇ ତପି ଦାବି କରିଥିଲେ। ତେବେ ବନସ୍ମିତାଙ୍କ ଲେଖାକୁ ନକଲ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତପି ଏହାକୁ ଖଣ୍ଡନ କରି ଏକ ପ୍ରେସ ମିଟ ମଧ୍ୟ କରିଥିଲେ। ତେବେ ଫେସବୁକରେ ଗାଳି କରି ଫସି ଯାଇଥିଲେ ତପି। ଫେସବୁକରେ ଅଶାଳୀନ କମେଣ୍ଟ ମିଳିବା ପରେ ବନସ୍ମିତା ଇନ୍‌ଫୋସିଟି ଥାନାରେ ଅଭିଯୋଗ ଦାୟର କରିଥିଲେ।

ବନସ୍ମିତାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ତପି ମିଶ୍ରଙ୍କୁ ଗିରଫ କରି କୋର୍ଟକୁ ପଠାଇଥିଲା। ଗିରଫ ହେବା ସମୟରେ ସେ ଧର୍ମକୁ ରକ୍ଷା କରୁଛନ୍ତି ତେଣୁ ଧର୍ମ ତାଙ୍କର ରକ୍ଷା କରିବ ବୋଲି କହିଥିଲେ ତପି। ଏହା ସହିତ ସେ ଶିବ ତାଣ୍ଡବ ଗାଇ ଥିବାରୁ ତାଙ୍କୁ ଷଡଯନ୍ତ୍ର କରି ଗିରଫ କରାଯାଇଥିବା କହିଥିଲେ ତପି ମିଶ୍ର।

 

Comments are closed.