Latest Odisha News

BREAKING NEWS

ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟୁମନାମ ଖେମଚାନ୍ଦ 

ଇମ୍ଫାଲ: ଦୀର୍ଘ ଦିନ ଧରି ରାଷ୍ଟ୍ରପତି ଶାସନ ପରେ ହିଂସାଗ୍ରସ୍ତ ମଣିପୁରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ମୈତେଇ ସମ୍ପ୍ରଦାୟର ଜଣେ ସାମରିକ କଳା ବିଶେଷଜ୍ଞ ୟୁମନାମ ଖେମଚାନ୍ଦ ସିଂହ ଆଜି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଏହା ବ୍ୟତୀତ ସେ ମଣିପୁର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ। ଏହି ସମୟରେ ବିଜେପି ବିଧାୟକ ନେମଚା କିପଗେନ ମଣିପୁରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କିପଗେନ କୁକି ସମ୍ପ୍ରଦାୟର ଅଟନ୍ତି। ସେହିପରି ନାଗା ପିପୁଲ୍ସ ଫ୍ରଣ୍ଟ ବିଧାୟକ ଏଲ୍ ଦିଖୋ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଅପରପକ୍ଷରେ ବିଜେପିର ଗୋବିନ୍ଦାସ କନ୍ଥୌଜାମ ଏବଂ ଏନପିପିର କେକେ ଲୋକେନ ସିଂହ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନେମଚା କିପଗେନ ନୂଆଦିଲ୍ଲୀର ମଣିପୁର ଭବନରୁ ଡିଜିଟାଲ ଭାବରେ ଶପଥ ଗ୍ରହଣ କରିଛନ୍ତି।

 

Comments are closed.