Bangladesh Violence: “ୟୁନୁସଙ୍କ ସରକାର ଜାଣିଶୁଣି ହିଂସାକୁ ଉସୁକାଉଛନ୍ତି” ପୂର୍ବତନ ବାଂଲା ମନ୍ତ୍ରୀ କହିଲେ ଏହା ପଛର କାରଣ …
ନୂଆଦିଲ୍ଲୀ: ପୂର୍ବତନ ବାଂଲାଦେଶୀ ମନ୍ତ୍ରୀ ମୋହିବୁଲ ହାସନ ଚୌଧୁରୀ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ମହମ୍ମଦ ୟୁନୁସ(Muhammad Yunus)ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଆଗାମୀ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଜାଣିଶୁଣି ବାଂଲାଦେଶରେ ହିଂସାକୁ ଉସୁକାଉଛନ୍ତି । ଏଏନଆଇ ସହିତ କଥାବାର୍ତ୍ତା ସମୟରେ ଚୌଧୁରୀ ଦାବି କରିଥିଲେ ଯେ ଭାରତୀୟ ଡେପୁଟି ହାଇକମିଶନରଙ୍କ ବାସଭବନ ଉପରେ ଆକ୍ରମଣ “ସରକାରଙ୍କ ଦ୍ୱାରା ପୂର୍ବ ଯୋଜନାବଦ୍ଧ ଏବଂ ପ୍ରାୟୋଜିତ” ଥିଲା, ଯାହାର ଉଦ୍ଦେଶ୍ୟ ଭାରତକୁ ଉସୁକାଇବା ଥିଲା।
ବାଂଲାଦେଶରେ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ(Sharif Osman Hadi) ମୃତ୍ୟୁ ପରେ, ସାରା ଦେଶରେ ହିଂସା ଦେଖାଦେଇଛି। ଗତକାଲି ଢାକାରେ ରାତିସାରା ପ୍ରତିବାଦ ଜାରି ରହିଥିଲା, ପୋଡ଼ାଜଳା ସହ ପ୍ରମୁଖ ଖବରକାଗଜ କାର୍ଯ୍ୟାଳୟ ପୋଡ଼ି ଦିଆଯାଇଛି ଏବଂ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ କରାଯାଇଛି ।
ଶେଖ ହାସିନା ସରକାରରେ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଚୌଧୁରୀ କହିଛନ୍ତି, “ସରିଫ ଉସମାନ ହାଦି ଜଣେ କଟ୍ଟରପନ୍ଥୀ ନେତା ଥିଲେ ଯିଏ ଖୋଲାଖୋଲି ହିଂସାକୁ ସମର୍ଥନ କରୁଥିଲେ। ଗଣମାଧ୍ୟମରେ ଉପଲବ୍ଧ ସୂଚନା ଅନୁଯାୟୀ,ତାଙ୍କୁ ତାଙ୍କ ନିକଟତର କେହି ଗୁଳି କରିଥିଲେ, ଯିଏ ତାଙ୍କ ନିଜ ସଶସ୍ତ୍ର ଗୋଷ୍ଠୀର ସଦସ୍ୟ ଥିଲେ।” ସେ ଅଭିଯୋଗ କରିଥିଲେ ଯେ ୟୁନୁସ୍ ସରକାର ହାଦିଙ୍କ ମୃତ୍ୟୁକୁ ଉଗ୍ରବାଦୀ ତତ୍ତ୍ବ ଏବଂ ସହାନୁଭୂତିଶୀଳ ରାଜନୈତିକ ଗୋଷ୍ଠୀଗୁଡ଼ିକୁ ଏକତ୍ରିତ କରିବା ଏବଂ ସାରା ଦେଶରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଏକ ବାହାନା ଭାବରେ ବ୍ୟବହାର କରିଥିଲେ। ଚୌଧୁରୀ କହିଛନ୍ତି, “ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନକୁ ସ୍ଥଗିତ ରଖିବା। ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି ଦେଶରେ ଏବେ ବି ସକ୍ରିୟ ଥିବା ତୃଣମୂଳ ସ୍ତରର ରାଜନୈତିକ କର୍ମୀମାନଙ୍କୁ ଶେଷ କରିବା।”
ପ୍ରଦର୍ଶନକାରୀମାନେ ଢାକାରେ ଭାରତର ଡେପୁଟି ହାଇକମିଶନରଙ୍କ ବାସଭବନକୁ ଘେରି ରହିଥିଲେ, ଯାହା ସମଗ୍ର ଉତ୍ତେଜନାରେ ଏକ ଭାରତ ବିରୋଧୀ ଭାବରେ ଦେଖାଦେଇଛି ।
ସେ କହିଛନ୍ତି, “ଭାରତରୁ କଡ଼ା ପ୍ରତିକ୍ରିୟା ସୃଷ୍ଟି କରିବା ପାଇଁ ଦଙ୍ଗାକାରୀମାନେ ମୋ ଜନ୍ମସ୍ଥାନ ଚିଟାଗଙ୍ଗରେ ଥିବା ଭାରତୀୟ ହାଇକମିଶନ ଉପରେ ଆକ୍ରମଣ କରିଥିଲେ। ଭାରତ ବାଂଲାଦେଶର ଏକ ଦୀର୍ଘକାଳୀନ ବନ୍ଧୁ ଏବଂ ରଣନୈତିକ ଅଂଶୀଦାର।”
ପୂର୍ବତନ ବାଂଲାଦେଶୀ ମନ୍ତ୍ରୀ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସଦସ୍ୟମାନଙ୍କ ଉପରେ ଆଇନ ଶୃଙ୍ଖଳା ଫେରାଇ ଆଣିବା ପରିବର୍ତ୍ତେ ଖୋଲାଖୋଲି ହିଂସାକୁ ଉସୁକାଇବାର ଅଭିଯୋଗ ଆଣିଛନ୍ତି ।
ସେ ଆହୁରି କହିଛନ୍ତି, “ଯଦି କେହି କୁହନ୍ତି ଯେ ଏହି ହିଂସା ହଠାତ୍ ଘଟିଛି, ତେବେ ତାହା ସମ୍ପୂର୍ଣ୍ଣ ଭୁଲ।କିଛି ଦିନ ପର୍ଯ୍ୟନ୍ତ କୌଣସି ସାର୍ବଜନିକ ପ୍ରତିକ୍ରିୟା ନଥିଲା, କିନ୍ତୁ ମନ୍ତ୍ରୀମାନେ ରକ୍ତପାତ ବିଷୟରେ କହିବା ମାତ୍ରେ, କଟ୍ଟରପନ୍ଥୀ ଭିଡ଼ ମଧ୍ୟ ସେହି ପଦକ୍ଷେପ ନେଇଥିଲା।”