Latest Odisha News

ବାଂଲାଦେଶୀ ହିନ୍ଦୁଙ୍କୁ ୟୁନୁସଙ୍କ ଆହ୍ବାନ; ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ

ଢାକା: ବାଂଲାଦେଶର ପ୍ରସିଦ୍ଧ ଢାକେଶ୍ୱରୀ ମନ୍ଦିରରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟଙ୍କୁ ମଙ୍ଗଳବାର ଭେଟିଛନ୍ତି ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ। ତାଙ୍କ ସରକାରର ଭୂମିକା ବିଚାର କରିବା ପୂର୍ବରୁ ଧୈର୍ଯ୍ୟ ଧରିବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି ସେ।

ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଅଧିକାର ସମସ୍ତଙ୍କ ପାଇଁ ସମାନ। ଆମେ ସମସ୍ତେ ଗୋଟିଏ ଅଧିକାର ଥିବା ନାଗରିକ। ଆମ ମଧ୍ୟରେ କୌଣସି ପାର୍ଥକ୍ୟ ତଥା ପ୍ରଭେଦ କର ନାହିଁ। ଦୟାକରି, ଆମକୁ ସାହାଯ୍ୟ କରନ୍ତୁ, ଧୈର୍ଯ୍ୟର ସହ କାମ ଦେଖନ୍ତୁ ଏବଂ ପରେ ତର୍ଜମା କରନ୍ତୁ। ଯଦି ଆମେ ବିଫଳ ହେବୁ, ତେବେ ଆମକୁ ସମାଲୋଚନା କର।

Comments are closed.