Latest Odisha News

ମା ହେବେ କି ୟୁଭିକା?

ନୂଆଦିଲ୍ଲୀ: ଅଭିନେତ୍ରୀ ୟୁଭିକା ଚୌଧୁରୀ ଏବଂ ପ୍ରିନ୍ସ ନରୁଲା ଟେଲିଭିଜନ ଜଗତର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ତେବେ ୟୁଭିକା ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଗୋଲାପୀ ଅନାରକଲ୍ଲୀ ସୁଟ ପିନ୍ଧିଛନ୍ତି। ଏହା ଦେଖି ଅନେକ ପ୍ରଶଂସକ ଅନୁମାନ ଲଗାଇଛନ୍ତି ଯେ ଯୁଭିକା ଗର୍ଭବତୀ ଅଛନ୍ତି।

ୟୁଭିକାଙ୍କ ଭିଡିଓ ଦେଖିବା ପରେ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଆସୁଥିବା ଛୋଟ ଅତିଥି ପାଇଁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ। କିନ୍ତୁ ଖବର ମୁତାବକ ଯୁଭିକା ଚୌଧୁରୀ ଗର୍ଭବତୀ ନୁହଁନ୍ତି। ସେ ଗର୍ଭବତୀ ନୁହଁନ୍ତି ବୋଲି ୟୁଭିକା ନିଜେ ସ୍ପଷ୍ଟ କରିଛନ୍ତି। ୟୁଭିକା ଏହା ମଧ୍ୟ କହିଛନ୍ତି ଯେ ସେ ବର୍ତ୍ତମାନ ଏକ ରୋଗରୁ ମୁକ୍ତି ପାଇଛନ୍ତି।

ୟୁଭିକା ଏହା ମଧ୍ୟ କହିଛନ୍ତି ଯେ ସେ କରୋନା ଆକ୍ରାନ୍ତ ହୋଇଥିଲେ ଏବଂ ସେଥିରୁ ସେ ଏବେ ସୁସ୍ଥ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ଡେଙ୍ଗୁ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୟୁଭିକାଙ୍କ ଅନୁଯାୟୀ ତାଙ୍କ ଗର୍ଭଧାରଣର ଗୁଜବ ମିଥ୍ୟା।

Comments are closed.