ମୁମ୍ବାଇ: ଭାରତର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦ ଖବର ପୂନର୍ବାର ଜୋର ଧରିଛି । ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ ଏବଂ ପରସ୍ପରଠାରୁ ଅଲଗା ହେବାକୁ ଚାହୁଁଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଟାଇମ୍ସ ଇଣ୍ଡିଆ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ, ଉଭୟଙ୍କ ଛାଡପତ୍ର ହେବା ଏକ ପ୍ରକାର ନିଶ୍ଚିତ । ଏବେ କେବଳ ଔପଚାରିକତା ଘୋଷଣା ବାକି ରହିଛି । ଚହଲ ଓ ଧନଶ୍ରୀ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଛନ୍ତି । ଧନଶ୍ରୀଙ୍କ ସହିତ ଥିବା ସମସ୍ତ ଫଟୋକୁ ଚହଲ ଡିଲିଟ କରି ଦେଇଛନ୍ତି । ତେବେ ଏ ସମ୍ପର୍କରେ ଉଭୟଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ ।
୧୧ ଡିସେମ୍ବର ୨୦୨୦ରେ ଉଭୟ ପରସ୍ପରକୁ ବିବାହ କରିଥିଲେ । ଝଲକ ଦିଖଲା ଯା-୧୧ରେ ଉଭୟ ସେମାନଙ୍କ ଲଭଷ୍ଟୋରୀ ପ୍ରଶଂସକଙ୍କୁ ଶୁଣାଇଥିଲେ । ସେମାନେ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବାରୁ ପ୍ରଶଂସକମାନେ ଏହି ଖବର ଶୁଣି ନିରାଶ ହୋଇଛନ୍ତି । ଧନଶ୍ରୀଙ୍କ ପାଖକୁ ଚହଲ ଡ୍ୟାନ୍ସ ଶିଖିବାକୁ ଆସିଥିଲେ । ଏହା ପରେ ଉଭୟ ପ୍ରେମରେ ପଡିବା ପରେ ଶେଷରେ ବିବାହ କରିଥିଲେ । ୨୦୨୩ରେ ଧନଶ୍ରୀ ତାଙ୍କ ନାମରୁ ଚହଲକୁ ହଟେଇ ଦେଇଥିଲେ ।
ଏହା ପରେ ସେ ଏକ ଷ୍ଟୋରୀ ଶେୟାର କରିଥିଲେ ଯେ, ନୂତନ ଜୀବନ ଆଗକୁ ଆସୁଛି । ଏହା ପରଠାରୁ ଏହି ବିବାହ ବିଚ୍ଛେଦ ନେଇ ବିଭିନ୍ନ ଖବର ପ୍ରକାଶ ପାଇଥିଲା । ୨୦୨୪ ଟି୨୦ ବିଶ୍ୱ ବିଜେତା ଟିମର ସଦସ୍ୟ ଥିଲେ ମଧ୍ୟ ଚହଲ ଗୋଟିଏ ହେଲେ ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନ ଥିଲେ । ଆଇପିଏଲ ୨୦୨୫ ମେଗା ନିଲାମରେ ପଞ୍ଜାବ କିଙ୍ଗସ ତାଙ୍କୁ ୧୮ କୋଟିରେ କ୍ରୟ କରିଛି ।
Comments are closed.