Latest Odisha News

BREAKING NEWS

୧୦ ଦିନରେ ୫୦ କୋଟିରୁ ଅଧିକ ରୋଜଗାର କଲା ଫିଲ୍ମ ‘ଜରା ହଟକେ ଜରା ବଚକେ’

ମୁମ୍ବାଇ: ଗତ ୨ ତାରିଖରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଜରା ହଟକେ ଜରା ବଚକେ’ । ଏଥିରେ ଅଭିନେତା ଭିକି କୌଶଲ ଏବଂ ସାରା ଅଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଦୁଇ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମ ‘ଜରା ହଟକେ ଜରା ବଚକେ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ରିଲିଜ୍ ହେବାର ୧୦ ଦିନ ଭିତରେ ୫୩.୫୫ କୋଟି ଟଙ୍କା ଆୟ କରିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି ।

ଲକ୍ଷ୍ମଣ ଉଟେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ରୋମାଣ୍ଟିକ୍ ଓ କମେଡି ଭରପୂର ରହିଛି । ଏଥିରେ ଭିକି ଓ ସାରା ପତି ପତ୍ନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ସେମାଙ୍କର ଚମତ୍କାର ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.