Latest Odisha News

BREAKING NEWS

ନିଜ ପ୍ରଚାର ପାଇଁ ୱେବ୍‌ସାଇଟ୍ ଲଂଚ କଲେ ଅଭିନେତ୍ରୀ ଜରିନ୍ ଖାନ !

ମୁମ୍ବାଇ: ଚଳିତବର୍ଷ ପରସ୍ପର ସହ ସମ୍ପର୍କ ରଖିବା ଲାଗି ଡିଜିଟାଲ୍ ଟେକ୍ନୋଲଜି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଖାସ କରି କରୋନା ଲକ୍‌ଡାଉନ୍ ଭଳି ପରିସ୍ଥିତି ପାଇଁ ଡିଜିଟାଲାଇଜେସନ୍‌ରେ ବହୁ ଉନ୍ନତି ହୋଇଛି । ଏପରି ସ୍ଥିତିରେ ନିଜ ଫ୍ୟାନମାନଙ୍କ ସହ ଯୋଡି ହୋଇ ରହିବା ପାଇଁ ବଲିଉଡ ସେଲିବ୍ରିଟିମାନେ ବି ଡିଜିଟାଲ୍ ମିଡିୟମର ସାହାରା ନେଇଛନ୍ତି ।

କିଛି ମାସ ପୂର୍ବରୁ ଅଭିନେତ୍ରୀ ଜରିନ୍ ଖାନ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ । ଏବେ ଆଉ ଏକ ପାଦ ଆଗେଇ ଲଂଚ କରିଛନ୍ତି ନିଜର ୱେବ୍‌ସାଇଟ୍ । ଏହି ୱେବସାଇଟ୍ ଜରିଆରେ ସେ ନିଜର ଟିକ୍‌ନିକ୍ ଖବର ଲୋକଙ୍କୁ ପହଂଚାଇବେ । ଆଗାମୀ ପ୍ରୋଜେକ୍ଟ, ଗୀତ ଓ ଗସିପ୍ ଛଡା ସେ ନିଜର ବ୍ୟକ୍ତଗତ ଜୀବନ ସଂପର୍କରେ ମଧ୍ୟ ଏହି ୱେବସାଇଟ୍ ଜରିଆରେ ଲୋକଙ୍କୁ ଜଣାଇବେ । ଏହି ୱେବସାଇଟର ଟାଇଟଲ ରହିଛି ହ୍ୟାପି ହିପ୍ପି ଜରିନ୍ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁଠି ବଡବଡ କଳାକାର ଲକ୍‌ଡାଉନ୍ ପରେ ବି ଖାଲି ହାତରେ ବସିଛନ୍ତି । ସେଠି ଜରିନ ଖାନଙ୍କ ଭଳି ଅଭିିନେତ୍ରୀଙ୍କ ହାତରେ ମଧ୍ୟ କୌଣସି ପ୍ରୋଜେକ୍ଟ ନାହିଁ । ଏପରି ସ୍ଥିତିରେ କେବଳ ଟାଇମ୍ ପାସ୍ ପାଇଁ ଯେ ସେ ୱେବ୍‌ସାଇଟ୍ ଖୋଲିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.