Latest Odisha News

BREAKING NEWS

ଟ୍ରମ୍ପ ଏବଂ ପୁଟିନଙ୍କ ବୈଠକ ପୂର୍ବରୁ ଜେଲେନ୍ସକି ଖପ୍ପା, କହିଦେଲେ ବଡ କଥା…

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଶନିବାର ଚେତାବନୀ ଦେଇଛନ୍ତି ଯେ ୟୁକ୍ରେନ ତା’ର ଭୂମି ଛାଡିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବା ପରେ ତାଙ୍କର ଏହି ବୟାନ ଆସିଛି । ଟ୍ରମ୍ପ କହିଥିଲେ ଯେ, ରୁଷ ସହିତ ଶାନ୍ତି ଚୁକ୍ତିନାମାରେ କିଛି ଅଞ୍ଚଳ ଅଦଳବଦଳ ଅନ୍ତର୍ଭୁକ୍ତ ହୋଇପାରେ। ଟ୍ରମ୍ପ ଆସନ୍ତା ଶୁକ୍ରବାର ଆଲାସ୍କାରେ ତାଙ୍କର ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ ଭେଟିବାକୁ ଯାଉଛନ୍ତି। ଏହି ବୈଠକରେ ୟୁକ୍ରେନ ଯୁଦ୍ଧ ବିଷୟରେ ଆଲୋଚନା ହେବାର ଅଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ପୋଷ୍ଟରେ ଜେଲେନ୍ସକି କହିଛନ୍ତି ଯେ, ଟ୍ରମ୍ପ ଏବଂ ପୁଟିନ ବୈଠକ କରିବେ ଯାହା ଆଲାସ୍କାରେ ହେବ । ଏହା ଯୁଦ୍ଧକ୍ଷେତ୍ରରୁ ବହୁତ ଦୂରରେ ଅଛି। ଏହା ୟୁକ୍ରେନ ବିନା ଶେଷ ହୋଇପାରିବ ନାହିଁ। ପୁଟିନ ଆମ ଲୋକଙ୍କୁ ବିଶ୍ୱାସ କରିନଥିଲେ, ସେଥିପାଇଁ ସେ ୟୁକ୍ରେନ ଦଖଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ତାଙ୍କର ଭୁଲ, କିନ୍ତୁ ୟୁକ୍ରେନୀୟମାନେ ଶକ୍ତିଶାଳୀ ଏବଂ ନିଜକୁ ରକ୍ଷା କରିବାକୁ ଜାଣନ୍ତି।

ଜେଲେନସ୍କି କହିଛନ୍ତି “ୟୁକ୍ରେନ ରୁଷକୁ ତାର କାର୍ଯ୍ୟ ପାଇଁ ପୁରସ୍କୃତ କରିବ ନାହିଁ, ଏବଂ ୟୁକ୍ରେନୀୟମାନେ ସେମାନଙ୍କ ଭୂମି ଦଖଲକାରୀଙ୍କୁ କିଛି ହସ୍ତାନ୍ତର କରିବେ ନାହିଁ” ।

ଶୁକ୍ରବାର ଦିନ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଥିଲେ ଯେ କିଛି କ୍ଷେତ୍ରର ଆଦାନପ୍ରଦାନ ଉଭୟ ଦେଶର ହିତରେ ହେବ। ଏହା ଉପରେ ପ୍ରତିକ୍ରିୟା ଦେଇ ଜେଲେନ୍ସକି ଶନିବାର ସକାଳେ କହିଥିଲେ, ୟୁକ୍ରେନୀୟମାନେ ସେମାନଙ୍କର ଜମି ଦଖଲକାରୀଙ୍କୁ ଉପହାର ଦେବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ୟୁକ୍ରେନର ଅଞ୍ଚଳ ପ୍ରସଙ୍ଗର ଉତ୍ତର ଆମ ସମ୍ବିଧାନରେ ଅଛି। ଏଥିରୁ କେହି ପଛକୁ ହଟିବେ ନାହିଁ।

ଏଥିସହ ଜେଲେନ୍ସକି କହିଛନ୍ତି, “ୟୁକ୍ରେନକୁ ବାଇପାସ୍ କରି ଯେଉଁ ସମାଧାନ ଆଣାଯିବ ତାହା ଶାନ୍ତି ବିରୋଧୀ ହେବ। ଏପରି ସମାଧାନରେ କିଛି ମିଳିବ ନାହିଁ। ଏଗୁଡ଼ିକ ମୃତ ସମାଧାନ ହେବ, ଯାହା କେବେ କାମ କରିବ ନାହିଁ।”

Comments are closed.