Latest Odisha News

BREAKING NEWS

ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ବୋମାମାଡ଼ ଘଟଣା: ୟୁକ୍ରେନ ରାଷ୍ଟପତି ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର: ଆଜି ୟୁକ୍ରେନର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଋଷ ସେନା ଆକ୍ରମଣ କରିଛି । ଏହି ପ୍ରସଙ୍ଗରେ ୟୁକ୍ରେନ ରାଷ୍ଟପତି ଭୋଲଦିମିର ଜେନେଲକ୍ସି ଜାପାନ ପ୍ରଧାନମନ୍ତ୍ରୀ ଫୋମିଓ କିଶିଦାଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି ଟ୍ୱିଟ୍ କରି ଜଣାଇଛନ୍ତି ।

ଋଷ ଉପରେ ଜାପନ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି ତେଣୁ ୟୁକ୍ରେନ ରାଷ୍ଟ୍ରପତି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗରୁବାର ରାତିରେ ଜାପୋରିଝଝିଆରେ ଋଷ ବୋମା ମାଡ଼ କରିଥିଲା । ଆକ୍ରମଣ ଚାଲିଥିବା ବେଳେ ହଠାତ ପ୍ଲାଣ୍ଟର ଗୋଟିଏ ଜେନେରେଟିଂ ୟୁନିଟରେ ବୋମାମାଡ଼ ହୋଇଥିଲା । ଫଳରେ ପ୍ଲାଣ୍ଟର ଗୋଟିଏ ପଟେ ନିଅାଁ ଲାଗି ଯାଇଥିଲା । ପ୍ଲାଣ୍ଟ ନିକଟରେ ଋଷ ସୌନ୍ୟମାନେ ରହି ନିଅାଁ ଲିଭାଇବାକୁ ଉଦ୍ୟମ କରୁଥିବା କର୍ମଚାରୀଙ୍କୁ ଗୁଳି କରିଥିଲେ । ଯଦି ସମ୍ପୂର୍ଣ୍ଣ ନ୍ୟୁକ୍ଲିୟର ପ୍ଲାଣ୍ଟରେ ନିଆଁ ଲାଗିଯିବ ତେବେ ପରିସ୍ଥିତି ଅତି ଭୟଙ୍କର ହେବ ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମତ୍ରୋ କୁଲେବା କହିଛନ୍ତି । ଅନ୍ୟପଟେ ଋଷର ରାଷ୍ଟ୍ରଦୂତ ଆଣ୍ଟୋଲି ଆଣ୍ଟୋନଭ ୟୁଏସ ସିନେଟର ଲିଣ୍ଡସେ ଗ୍ରାହମଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କଡ଼ା ସମାଲୋଚନା କରିଛନ୍ତି ।

 

Comments are closed.