ଭୁବନେଶ୍ୱର: ଆସୁଛି ମାଟ୍ରିକ ପରୀକ୍ଷା । ପିଲମାନଙ୍କ ରେଜଲ୍ଟକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କିପରି ଶହେ ପ୍ରତିଶତ ରେଜଲ୍ଟ ହେବ ସେଥିପାଇଁ ଗଣଶିକ୍ଷା ବିଭାଗ ଆଜିଠାରୁ ପିଲାମାନଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛି ।
ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଜିରୋ ଏଫ ମିଶନ ବା ଶତ ପ୍ରତିଶତ ରେଜଲ୍ଟ ।ସେଥିପାଇଁ ବିଭାଗ ପକ୍ଷରୁ ମାଟ୍ରିକ ପିଲାଙ୍କ ପାଇଁ ଜାରିକିରଛି ନିର୍ଦ୍ଦେଶାବଳୀ ।
ଖୁବ ଭଲ ରେଜଲ୍ଟ ପାଇଁ ଏଥର ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି । ଶହେ ପ୍ରତିଶତ ପିଲା ପାସ କରିବା ସହ ସ୍କୁଲର ୫ ପ୍ରତିଶତ ପିଲା ଯେପରି ଏ-୧ ଗ୍ରେଡ ପାସ କରିବେ ସେଥିପାଇଁ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି ସନିଶ୍ଚିତ ଯୋଜନା । ଏହି ଯୋଜନାକୁ ସାରା ରାଜ୍ୟରେ ଲାଗୁ କରାଯିବ । ଏ ନେଇ ଓପେସା ପକ୍ଷରୁ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ଯଦି ସ୍କୁଲ ଶତ ପ୍ରତିଶତ ରେଜଲ୍ଟ ନ କରେ ତେବେ ସେଥିପାଇଁ ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସିଆରସିସି, ବିଷୟ ଭିତ୍ତିକ ଶିକ୍ଷକ, ମେଣ୍ଟର ଦାୟୀ ରହିବେ । ଆସନ୍ତା ୪ ତାରିଖରେ ସବୁ ହାଇସ୍କୁଲର ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନେ ଆଲୋଚନା କରିବେ ।
ଭଲ ରେଜଲ୍ଟ କରିବାକୁ ହେଲେ ପିଲା କିପରି ପଢିବେ ସେ ନେଇ ବିଭାଗ ପକ୍ଷରୁ ଏକ ଗାଇଡ ଲାଇନ ଜାରି କରାଯାଇଛି । ଏହି ଗାଇଡ ଲାଇନ ଅନୁସାରେ,
-ଛାତ୍ରଛାତ୍ରୀମାନେ ଦିନକୁ ୧୦ରୁ ୧୪ ଘଣ୍ଟା ପାଠ ପଢିବେ
-ରାତି୧୦ଟାରୁ ୪ଟା କିମ୍ବା ରାତି ୧୧ଟାରୁ ୫ଟା ଯାଏ ଶୋଇବେ
-୬ରୁ ୭ଘଣ୍ଟା ପାଠ ପଢିବେ
-ବାକି ସମୟ ଅଲଗା କାମରେ କରିବେ
-ସକାଳୁ ଉଠିବା ପରେ ବ୍ୟାୟାମ କରିବେ । ଏହାଦ୍ୱାରା ଏକାଗ୍ରତା ବଢିଥାଏ
-ପରୀକ୍ଷା ସିଜନରେ ବାହାର ତେଲଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ
-ସନ୍ତୁଳିତ ତଥା ସୁଷମ ଖାଦ୍ୟ ଖାଇବେ
-ଦିନରୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଅନ୍ତୁ, ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହେବ
-ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପାଠ ପଢନ୍ତୁ
-ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ଲେମ୍ବୁ ପାଣି ପିଅନ୍ତୁ । ନିଦ ଭଲ ହେବ ଏବଂ ଉଠିଲାବେଳକୁ ମନ ଫୂର୍ତ୍ତି ରହିବ
BREAKING NEWS
- Atal Canteen: ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ମାତ୍ର ୫ ଟଙ୍କାରେ ରୁଟି,ଭାତ,ଡ଼ାଲି, ତରକାରୀ ସବୁକିଛି…
- ଖୋର୍ଦ୍ଧା ହେବ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା
- ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାର
- Ex-MLA Sanchita Mohanty Passes Away: ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ
- ISIS ଆତଙ୍କବାଦୀ ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ: ସାମ୍ନାକୁ ଆସିଲା ଭିଡିଓ, ଜାଣନ୍ତୁ କଣ କହିଲେ ଟ୍ରମ୍ପ
- Indian Railways: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ
- Cold Wave: ଜାଡ଼ରେ ଥରୁଛି ଓଡ଼ିଶା, ୨ ଦିନ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ
- ପୁଣି ଚାନ୍ଦବାଲିରେ ଲଜ୍ଜା, ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
Comments are closed.