Latest Odisha News

BREAKING NEWS

ନାଇଜେରିଆରେ ପୁଣି ଡଙ୍ଗା ବୁଡି ୧୮ ଯାତ୍ରୀ ମୃତ, ୭୦ରୁ ଉର୍ଦ୍ଧ୍ୱ ନିଖୋଜ

ନାଇଜେରିଆ: ଉତ୍ତର ନାଇଜେରିଆରେ ପୁଣି ଅଘଟଣ। ନାଇଜେରିଆର ଅନ୍ୟତମ ବୃହତ୍ତମ ବେନୁ ନଦୀରେ ଡଙ୍ଗା ବୁଡ଼ି ୭୦ରୁ ଉର୍ଦ୍ଧ୍ବ ଲୋକ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି। ଡଙ୍ଗାଟି ଶନିବାର ବିଳମ୍ବିତ ରାତିରେ ତାରବା ରାଜ୍ୟର ଆର୍ଦୋ-କୋଲା ଜିଲ୍ଲାର ଏକ ମାଛ ବଜାରରୁ ଫେରୁଥିବା ବ୍ୟବସାୟୀଙ୍କୁ ନେଇ ଯାଉଥିବାବେଳେ ଡଙ୍ଗା ବୁଡ଼ି ଯାଇଥିଲା।

ଡଙ୍ଗାରେ ପାଖାପାଖି ୧୦୦ ରୁ ଅଧିକ ଯାତ୍ରୀ ଥିଲେ ଏବଂ ସେମାନଙ୍କ ଭିତରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୧୮ଟି ମୃତଦେହ ଉଦ୍ଧାର କରାଯାଇଛି। ଏହା ସହିତ ବାକି ୭୩ ଜଣ ନିଖୋଜ ଅଛନ୍ତି ବୋଲି ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖ୍ୟ ଲଦନ ଆୟୁବା ଗଣମାଧ୍ୟମକୁ କହିଛନ୍ତି।

ଅଧିକାରୀମାନେ ଏହି ଦୁର୍ଘଟଣାରର ପ୍ରକୃତ କାରଣ ଖୋଜୁଥିବା ତାରବା ପୋଲିସ ମୁଖପାତ୍ର ଉସମାନ ଅବଦୁଲ୍ଲା କହିଛନ୍ତି। ଉଦ୍ଧାରକାରୀସଂସ୍ଥାକୁ ସ୍ଥାନୀୟ ଓ ମତ୍ସ୍ୟଜୀବୀମାନେ ସାହାଯ୍ୟ କରୁଥିବା ଜଣାପଡିଛି।

Leave A Reply

Your email address will not be published.