Latest Odisha News

ଶ୍ରୀମନ୍ଦିର ଚାରି ଦ୍ୱାରରେ ଲାଗିଲା ଜିଗ୍‌ଜାଗ ବାରିକେଡ୍: ଶ୍ରୀମନ୍ଦିର ସୁରକ୍ଷା, ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ୱ

ପୁରୀ: ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ରାତାରାତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଶ୍ରୀମନ୍ଦିର ନିୟନ୍ତ୍ରଣ କକ୍ଷରେ ବୈଠକ କରିବା ପରେ ଭକ୍ତମାନେ ଶ୍ରୀମନ୍ଦିରରେ କିପରି ସୁରକ୍ଷିତ ପ୍ରବେଶ କରିବେ ସେନେଇ ଆଲୋଚନା ହୋଇଛି। ଏଥିପାଇଁ କି ପ୍ରକାର ପଦକ୍ଷେପ ନିଆଯିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି।

ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ପ୍ରବେଶ ପଥରେ ରାତିରେ ପୋଲିସ ଓ ଅନ୍ୟ କର୍ମଚାରୀମାନେ ଲୁହାର ଜିଗ୍‌ଜାଗ୍ ବାରିକେଡ୍ ତିଆରିରେ ଲାଗି ପଡିଥିଲେ। ରାତି ସୁଦ୍ଧା ଯେପରି ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ସେଥିପାଇଁ ଅଧିକ ଲୋକଙ୍କୁ ନିୟୋଜିତ କରାଯାଇଛି। ଭକ୍ତଙ୍କ ପ୍ରବେଶରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ କିଭଳି ବାରିକେଡ୍ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପୂର୍ବରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି ନିର୍ମାଣ ହୋଇଥିବା କ୍ଲୋକ ରୁମ୍ ଓ ନିଶୁଳ୍କ ଜୋତାଷ୍ଟାଣ୍ଡ ରହିଥିଲା। ଏସବୁକୁ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏସବୁ ପ୍ରକୋଷ୍ଠ କାର୍ଯ୍ୟକାରୀ ହେଉ ନଥିଲା। ଏସବୁ କାର୍ଯ୍ୟକ୍ଷମ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା, ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି।

Comments are closed.