Latest Odisha News

BREAKING NEWS

ଏହି ରାଜ୍ୟରୁ ଆସିଲା ପ୍ରଥମ ଜିକା ଭାଇରସ୍‌ ସଂକ୍ରମିତ ମାମଲା

ଥିରୁବନନ୍ତପୁରମ: ଥିରୁବନନ୍ତପୁରମର ପାରାସାଲାର ଜଣେ ୨୪ ବର୍ଷ ବୟସ୍କା ମହିଳା ଜିକା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

BjdElectrycity

ମହିଳା ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମହିଳାଙ୍କଠାରେ ଜୁନ୍ ୨୮ ରୁ ଲକ୍ଷଣ ଦେଖାଇବା ଆରମ୍ଭ କରିଥିଲା। ମହିଳା ଜଣକ ଗର୍ଭବତୀ ଥିଲେ ଏବଂ ଜୁନ୍‌ ୭ରେ ତାଙ୍କର ପ୍ରସବ ହୋଇଥିଲା।

ସପ୍ତାହ ପୂର୍ବରୁ ତାଙ୍କ ମାଙ୍କଠାରେ ମଧ୍ୟ ସମାନ ଲକ୍ଷଣ ଦେଖାଇଦେଇଥିଲା। ଜିକାର ଲକ୍ଷଣ ଜ୍ୱର, ଚର୍ମ ଦାଗ ଏବଂ ଗଣ୍ଠି ଯନ୍ତ୍ରଣା ଯାହା ପ୍ରାୟ ଡେଙ୍ଗୁ ସହିତ ସମାନ।

ଅନ୍ୟ ୧୩ ଜଣ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.