Latest Odisha News

BREAKING NEWS

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି । ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ଏହି ଜିଲ୍ଲା ଗୁଡିକ ହେଲା – ଅନୁଗୁଳ, ଖୋର୍ଦ୍ଧା, ଗଜପତି ଓ କେନ୍ଦୁଝର । ୧୨ ଜିଲ୍ଲା ପାଇଁ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଛି । ଏହି ୧୨ ଜିଲ୍ଲା ହେଲା – କଳାହାଣ୍ଡି, କେନ୍ଦ୍ରାପଡ଼ା, ଗଂଜାମ, ଝାରସୁଗୁଡ଼ା, ଢେଙ୍କାନାଳ, ଦେବଗଡ଼, ନୂଆପଡ଼ା, ପୁରୀ, ବରଗଡ଼, ବଲାଙ୍ଗିର, ବୌଦ୍ଧ ଓ ସମ୍ବଲପୁର । ଏହାକୁ ବାଦ ଦେଲେ କଟକ, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅନୁସୂଚିତ ଜାତି ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷିତ ରହିବ ।

ସେହିପରି କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ବାଲେଶ୍ବର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲାରେ ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ତ୍ରିସ୍ତରୀୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗତ ୮ ତାରିଖରେ ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇସାରିଛି । ଏହା ଉପରେ ଆଜି ଆପତ୍ତି ଅଭିଯୋଗର ଶେଷ ଦିନ ଥିଲା । ଏସବୁ ଅଭିଯୋଗ ଉପରେ ଜିଲ୍ଲାପାଳ ତର୍ଜମା କରି ୨୧ ତାରିଖ ସୁଦ୍ଧା ନିଷ୍ପତ୍ତି ନେବେ । ଚୂଡ଼ାନ୍ତ ସଂରକ୍ଷଣ ତାଲିକା ୨୬ ତାରିଖରେ ପ୍ରକାଶ ପାଇବ । ସଂରକ୍ଷଣ ନେଇ ଅନେକ ସ୍ଥାନରେ ଅଭିଯୋଗ ରହିଛି ।

Leave A Reply

Your email address will not be published.