ନୂଆଦିଲ୍ଲୀ: ବେଳେବେଳେ ଦୁନିଆରେ ଏପରି ଘଟଣା ଘଟେ ଯାହା କୌଣସି ଏକ ଚମତ୍କାରଠାରୁ କମ୍ ନୁହେଁ । ଜିମ୍ବାୱେରେ ମଧ୍ୟ ଏଭଳି ଘଟଣା ଘଟିଛି। ଏ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଚକିତ ହୋଇଯିବେ । ବାସ୍ତବରେ ଜିମ୍ବାୱେରେ ଏକ ଶିଶୁ ବାଟବାଣ ହୋଇ ବାଘ, ସିଂହ, ହାତୀ ରହୁଥିବା ବିପଦପୂର୍ଣ୍ଣ ଘଞ୍ଚ ଜଙ୍ଗଲରେ ପହଞ୍ଚିଯାଇଥିଲେ । ଏହି ଜଙ୍ଗଲରେ ଛୋଟ ଶିଶୁଟି ନିଜର ବୁଦ୍ଧିମତା ଯୋଗୁଁ ସେ ବଞ୍ଚିଯାଇଛନ୍ତି , ଯାହା ଏକ ଚମତ୍କାରଠାରୁ କମ୍ ନୁହେଁ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପିଲାଟି ମାତ୍ର ଆଠ ବର୍ଷର ।
ସେହି ଶିଶୁର ନାଁ ଟିନୋଟେଣ୍ଡା ପୁଣ୍ଡୁ । ସେ ଉତ୍ତର ଜିମ୍ବାୱେର ଏକ ଗାଁରେ ରୁହନ୍ତି । ଦିନେ ସେ ଖେଳୁ ଖେଳୁ ନିଜର ଗାଁ ଠାରୁ ଦୂରରେ ଥିବା ଏକ ଘଞ୍ଚ ଜଙ୍ଗଲରେ ପହଞ୍ଚିଯାଇଥିଲେ । ଡିସେମ୍ବର ୨୭ରୁ ନିଖୋଜ ଥିବା ୮ ବର୍ଷର ନିରୀହ ଶିଶୁଟିକୁ ବାଟ ଜଣା ନଥିଲା ନାହିଁ ଏବଂ ସାହାଯ୍ୟ କରିବାକୁ କେହି ନଥିଲେ | ଟିନୋଟେଣ୍ଡା ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା । ସେହି ଜଙ୍ଗଲ କୌଣସି ସାଧାରଣ ଜଙ୍ଗଲ ନଥିଲା ତାହା ଏକ ସିଂହ ଅଭାୟରଣ୍ୟ ଥିଲା , ସେହି ଅଭୟାରଣ୍ୟର ନାଁ ହେଲା ମାଟୁସାଦୋନା ନ୍ୟାସନାଲ ପାର୍କ ।
ମରୁଡ଼ି ପ୍ରଭାବିତ ଶିଶୁଟିର ଗାଁ ଥିଲା। ସେଠାରେ ପୁଣ୍ଡୁକୁ ଜଳ ପାଇଁ ଭୂମି ଖୋଳିବାର ଏକ ପଦ୍ଧତି ଶିକ୍ଷାଯାଇଥିଲା । ଏହା ସହିତ ଆର୍ଦ୍ର ଜମି ଚିହ୍ନଟ ମଧ୍ୟ ଶିକ୍ଷା ଯାଇଥିଲୈ | ଜଙ୍ଗଲରେ ପହଞ୍ଚିବା ପରେ ପୁଣ୍ଡୁ ପାଇଁ ଏହି ଶିକ୍ଷା ଉପଯୋଗୀ କରି ସେ ନଦୀ କୂଳ ଖୋଳିବା ଆରମ୍ଭ କଲେ, ଯେଉଁଥିରୁ ବାହାରୁଥିବା ଜଳ ତା’ର ଶୋଷ ମେଣ୍ଟାଇ ପାରିଲା ।
ଏପଟେ ଟିନୋଟେଣ୍ଡା ପୁଣ୍ଡୁର ଗ୍ରାମବାସୀ ଢୋଲ ବଜାଇ ତାକୁ ଖୋଜୁଥିଲେ । ସେମାନେ ଆଶା କରିଥିଲେ ଯେ ଢୋଲ ଶବ୍ଦ ଶୁଣିବା ପରେ ଟିନୋଟେଣ୍ଡା ଧ୍ୱନି ଦିଗକୁ ଆସିବେ ଏବଂ ତାଙ୍କୁ ମିଳିଯିବେ । ତେବେ ଗ୍ରାମବାସୀଙ୍କ ଏହି ଉଦ୍ୟମ ବିଫଳ ହୋଇଥିଲା। ବାସ୍ତବରେ ଆଠ ବର୍ଷ ବୟସ୍କ ପୁଣ୍ଡୁ ତାଙ୍କ ଗାଁଠାରୁ ପଚାଶ କିଲୋମିଟର ଦୂରରେ ଥିବା ଜଙ୍ଗଲକୁ ପଳାଇଥିଲା । ଗାଁର ଲୋକମାନେ ତାଙ୍କୁ ପାଖାପାଖି ଅଞ୍ଚଳର ଖୋଜୁଥିଲେ।
ଯେତେବେଳେ ଦିନେ ଦୁଇ ଦିନ ବିତିଗଲା, ଟିନୋଟେଣ୍ଡା ଭୋକରୁ ଦୁର୍ବଳ ଅନୁଭବ କରିବାକୁ ଲାଗିଲା, ସେ ବଣୁଆ ଫଳ ଖାଇବା ଆରମ୍ଭ କଲେ । ପୁଣ୍ଡୁଙ୍କ ବୁଦ୍ଧିମତାକୁ ବର୍ଣ୍ଣନା କରି ସ୍ଥାନୀୟ ସାଂସଦ କହିଛନ୍ତି ଯେ, ସେ ଏତେ ଚତୁର ଯେ ଉଚ୍ଚ ପଥର ଉପରେ ଶୋଇଥିଲେ ଯେପରି ସିଂହ ଏବଂ ଅନ୍ୟ ବନ୍ୟଜନ୍ତୁ ତାଙ୍କ ନିକଟକୁ ଯାଇ ପାରିବେ ନାହିଁ।
ପାଞ୍ଚ ଦିନ ବିତିଯିବା ପରେ ଟିନୋଟେଣ୍ଡା ରେଞ୍ଜରଙ୍କ କାରର ଶବ୍ଦ ଶୁଣି ସେ ଆଡକୁ ଦୌଡ଼ିକି ଗଲେ, କିନ୍ତୁ କାର ପାଖକୁ ପହଞ୍ଚିବା ବେଳକୁ କାର ଚାଲି ଯାଇଥିଲା। ଭଲ କଥା ହେଲା, ରେଞ୍ଜରମାନେ ପରେ ଆସିଥିଲେ, ଶିଶୁର ପାଦଚିହ୍ନ ଦେଖି ଖୋଜାଖୋଜି କରି ପାଇଯାଇଥିଲେ ଟିନୋଟେଣ୍ଡାକୁ । ସ୍ଥାନୀୟ ମିଡିଆ ହିସାବରେ ଶିଶୁକୁ ଡାକ୍ତରଖାନା ନିଆଯାଇଥିଲା ଓ ସେଠାରେ ଚିକିତ୍ସା କରାଯାଇଥିଲା ।
ଶିଶୁର ନିଖୋଜ ଥିବା ସୂଚନା ପାଇବା ପରେ ରେଞ୍ଜର୍ସ ଏବଂ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ସ୍ଥାନୀୟ ସାଂସଦ ମୁରୋମ୍ବେଜୀ କହିଛନ୍ତି ଯେ, ଖୋଜାଖୋଜିରେ ଗ୍ରାମବାସୀ ମଧ୍ୟ ସାହାଯ୍ୟ କରିଥିଲେ। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହା ଏକ ‘ଚମତ୍କାର’ ଥିଲା । ସେ ବିପଜ୍ଜନକ ଅଞ୍ଚଳରେ ଏତେ ଦିନ ପର୍ଯ୍ୟନ୍ତ ଏକୁଟିଆ ବଞ୍ଚିଥିଲେ। ଟିନୋଟେଣ୍ଡାଙ୍କ କାହାଣୀ ସୋସିଆଲ ମିଡିଆରେ ସେୟାର କରାଯାଇଛି ।