ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ମେୟର ପଦର ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋହରାନ୍ ମାମଦାନି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି।
ମାମଦାନି କହିଛନ୍ତି ଯେ ଯଦି ସେ ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ନ୍ୟୁୟର୍କରେ ପାଦ ଦେବା ମାତ୍ରେ ନେତାନ୍ୟାହୁଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବେ। ଗାଜା ଷ୍ଟ୍ରିପରେ ଯୁଦ୍ଧ ଅପରାଧ ଏବଂ ମାନବତା ବିରୋଧୀ ଅପରାଧ ଅଭିଯୋଗରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ନେତାନ୍ୟାହୁଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛି। ଯାହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କହିଛନ୍ତି।
ଯଦିଓ ଆମେରିକା ଏହାକୁ ଗ୍ରହଣ କରିନାହିଁ କିନ୍ତୁ ଅନ୍ତର୍ଜାତୀୟ ନ୍ୟାୟର ମୂଲ୍ୟବୋଧକୁ ସର୍ବୋପରି ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମାମଦନି କହିଛନ୍ତି। ଏଥିସହିତ ପାଲେଷ୍ଟାଇନୀ ଆନ୍ଦୋଳନ ସହିତ ଜଡିତ “ଗ୍ଲୋବାଲାଇଜ୍ ଇନ୍ତିଫାଦା” ଭଳି ସ୍ଲୋଗାନକୁ ମଧ୍ୟ ସେ ସମାଲୋଚନା କରିବାକୁ ମନା କରିଦେଇଛନ୍ତି। ଏପରି ପରିସ୍ଥିତିରେ ମାମଦାନିଙ୍କ ଏହିପରି ମନ୍ତବ୍ୟ ତାଙ୍କୁ ରାଜନୈତିକ ଭାବରେ ମହଙ୍ଗା ପଡ଼ିପାରେ ବୋଲି ଅନେକ ମତ ଦେଉଛନ୍ତି।
Comments are closed.