Latest Odisha News

BREAKING NEWS

ମଦର ହୋମ ଡେଲିଭରୀ କରିବ ଜୋମାଟୋ !

ନୂଆଦିଲ୍ଲୀ: ଏବେ ଘରେ ପହଂଚିବ ମଦ । ଗୋଟିଏ ବଟନ ଟିପିଲେ ହାତ ପାହାନ୍ତରେ ପାଇପାରିବେ ମନ ପସନ୍ଦ ବ୍ରାଣ୍ଡର ମଦ । ଏଥିପାଇଁ ପ୍ରସ୍ତୁତ ହେଉଛି ଜୋମାଟୋ । ଖାଦ୍ୟର ହୋମ୍ ଡେଲିଭରି ପରେ ଏବେ ମଦକୁ ହୋମ୍ ଡେଲିଭରି କରିବାକୁ ପ୍ରସ୍ତୁତ ହେଉଛି ଜୋମାଟୋ ।

ତୃତୀୟ ପର୍ଯ୍ୟାୟ ଲକଡାଉନ୍ ରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ଏହାର ବିକ୍ରି ବଢିବାରେ ଲାଗିଛି । ଲୋକେ ରାତି ଶୋଉନାହାନ୍ତି । ମଦ ଦୋକାନ ଆଗରେ କିଲୋମିଟର ଯାଏଁ ଲମ୍ବା ଲାଇନ୍ ଲଗାଇ ଠିଆ ହେଉଛନ୍ତି । ଏପରିକି ମଦ ପାଇଁ ମାରପିଟ ମଧ୍ୟ ହେଉଛନ୍ତି । ତେଣେୁ ଜୋମାଟୋ ମଦର ହୋମ୍ ଡେଲିଭରୀ କରିବା ପାଇଁ ମନ ବଳାଇଛି ।

ସୂଚନା ଅନୁସାରେ, କମ୍ପାନୀ ମଦର ହୋମ୍ ଡେଲିଭରି ପାଇଁ ଆନ୍ତର୍ଜାତୀୟ ସ୍ପିରିଟ୍ ଏବଂ ୱାଇନ୍ ଆସୋସିଏସନ ଇଣ୍ଡିଆ ଓଝଡଇଓଙ୍କୁ ପ୍ରସ୍ତାବ ଦେଇଛନ୍ତି । ଲକଡାଉନ୍ ପାଇଁ କମ୍ପାନୀର ଫୁଡ୍ ଡେଲିଭରି ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି । ତେଣୁ କମ୍ପାନୀ ଏହି ନୂଆ ବ୍ୟବସାୟ କରି ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଚାହୁଁଛନ୍ତି । ତେବେ ଏହି କମ୍ପାନୀ ମଧ୍ୟରୁ ଜୋମାଟୋ ଫୁଡ୍ ଜେଲିଭରିକୁ ଛାଡିି ରାସନ ଜିନିଷ ହୋମ ଡେଲିଭରି କ୍ଷେତ୍ରରେ ପାଦ ଦେଇଛି । ଭାରତରେ ଏବେ ପର‌୍ୟ୍ୟନ୍ତ ମଦର ହୋମ୍ ଡେଲିଭରିର ଅନୁମତି ମିଳିନାହିଁ । ତେଣୁ କମ୍ପାନୀଗୁଡ଼ିକ ଦାବି କରୁଛନ୍ତି ଯେ, ସରକାର ଏଥିପାଇଁ ଅନୁମତି ଦିଅନ୍ତୁ । ତେବେ ଏହି ଅନୁମତି ଯଦି ମିଳେ ତେବେ ଜୋମାଟୋ ମଦକୁ ହୋମ୍ ଡେଲିଭରି କରିବାରେ ସଫଳ ହେବ ।

Leave A Reply

Your email address will not be published.