Latest Odisha News

BREAKING NEWS

୧୦୦୦ରୁ ଊର୍ଦ୍ଧ୍ୱ ଆମେରିକୀୟ କମ୍ପାନୀ ଚୀନ ଛାଡି ଭାରତରେ ବ୍ୟବସାୟ କରିବେ !

ନୂଆଦିଲ୍ଲୀ:କରୋନା ଭାଇରସ ନେଇ ସାରା ବିଶ୍ୱରେ ଚୀନ ପ୍ରତି ଅବିଶ୍ୱାସ ଭାବ ସୃଷ୍ଟି ହୋଇଛି । ପରୋକ୍ଷରେ ଭାରତ ପାଇଁ ଏହା ବରଦାନ ସାବ୍ୟସ୍ତ ହେବାକୁ ଯାଉଛି । ରିପୋର୍ଟ ମୁତାବକ ୧୦୦୦ରୁ ଊର୍ଦ୍ଧ୍ୱ କମ୍ପାନୀ ଚୀନ ଛାଡି ଭାରତରେ ବ୍ୟବସାୟ କରିବା ପାଇଁ ଯୋଜନା କରୁଛନ୍ତି । ଭାରତ ସରକାର ମଧ୍ୟ ଏଥିନେଇ ଉଦ୍ୟମ ଆରମ୍ଭ କରିଛି ।

ମେଡିକାଲ ସାମଗ୍ରୀ, ଫୁଡ ପ୍ରୋସେସିଂ ୟୁନିଟ, ଟେକ୍ସଟାଇଲ, ଚମଡା ଓ ଅଟୋ ପାର୍ଟସ୍ କମ୍ପାନୀ ଉପରେ ଭାରତର ବିଶେଷ ନଜର ରହିଛି । ଟ୍ରମ୍ପ ସରକାର ଚୀନରୁ କମ୍ପାନୀକୁ ଆଣିବା ପାଇଁ ୨.୨ ଅରବ ଡଲାର ରାଶିର ସହାୟତା ଦେବ । ୟୁରୋପୀୟ ବ୍ୟବସାୟ ସଂଘ ମଧ୍ୟ ଚୀନ ଛାଡିବା ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.