Latest Odisha News

BREAKING NEWS

ପୂର୍ବତଟ ରେଳପଥ ଦ୍ୱାରା କ୍ଷେତ୍ରୀୟ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC)ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ସାଂସଦ ଭର୍ତ୍ତୁହାରୀ ମହତାବ (ସାଂସଦ / ଲୋକସଭା / କଟକ), ରାମ ମୋହନ ନାଇଡୁ କିଞ୍ଜରପ୍ପୁ (ସାଂସଦ / ଲୋକସଭା / ଶ୍ରୀକାକୁଲମ), ସୁଜିତ କୁମାର, (ସାଂସଦ / ରାଜ୍ୟ ସଭା)ଙ୍କ ସହିତ ବିଭିନ୍ନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପ୍ରତିନିଧୀ, ପିଏସୟୁ, ପାସେଞ୍ଜର ଆସୋସିଏସନ୍, ଗ୍ରାହକ (କଞ୍ଜୁମର) ଆସୋସିଏସନ୍ ଏବଂ ଅନ୍ୟାନ୍ୟ ରେଳବ୍ୟବହାରକାରୀ ସଂସ୍ଥାର ପ୍ରତିନିଧୀମାନେ ଯୋଗ ଦେଇ ସେମାନଙ୍କର ମୂଲ୍ୟବାନ ମତ ଏବଂ ପରାମର୍ଶ ଉପସ୍ଥାପନ କରିଥିଲେ।

ଯାତ୍ରୀ ପରିଷେବା ସହିତ ଅନ୍ୟାନ ସୁବିଧା ଏବଂ ସେବା, ଜନସାଧାରଣଙ୍କ ଦାବି ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକଳାପ, ନୂତନ ଟ୍ରେନ ପ୍ରଚଳନ, ଟ୍ରେନ ମାନଙ୍କ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା, ଟ୍ରେନର ସମ୍ପ୍ରସାରଣ ଇତ୍ୟାଦି ବିଷୟବସ୍ତୁ ଏହି ବୈଠକରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ସମେତ ପୂର୍ବ ତଟ ରେଳପଥର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ର ସଚିବ ତଥା ପୂର୍ବ ତଟ ରେଳପଥର ଉପ ମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଏହି ବୈଠକକୁ ସଂଯୋଜନା କରିଥିଲେ।

Comments are closed.