Latest Odisha News

BREAKING NEWS

ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନ

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା  ତଥା ଦଳ ବିରୋଧୀ କାମ କରୁଥିବା ଅଭିଯୋରେ ତାଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଏ ନେଇ ଆଜି ଦଳ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସୂଚନା ଦିଆ ଯାଇଛି ।

ସୂଚନାଥାଉ କି, ଗତକାଲି ଅଧ୍ୟକ୍ଷ  ଉପ ନିର୍ବାଚନକୁ କେନ୍ଦ୍ର କରି  ଉତ୍ତେଜନା ଦେଖା ଦେଇଥିଲା । ମୋଟ ୨୫ଟି ପଞ୍ଚାୟତର ୨୫ ଜଣ ସମିତି ସଭ୍ୟ ଅଧ୍ୟକ୍ଷ ଚୟନ ପାଇଁ ମତଦାନ କରିଥାନ୍ତେ । ହେଲେ ଶେଷ ସମୟରେ ଏହିନିର୍ବାଚନକୁ ବନ୍ଦ ରଖାଯାଇଛି । ଉପ ନିର୍ବାଚନ ବାତିଲ ସୁଚନା ପାଇବା ପରେ  ମୁହାଁମୁହିଁ ହୋଇଥିଲେ ବିଜେଡି ଦୁଇ ଗୋଷ୍ଠୀ ।  ବିପିନ ପ୍ରଧାନଙ୍କ ସମର୍ଥକମାନେ ବ୍ୟାରିକେଟ୍ ଭାଙ୍ଗି କାର୍ଯ୍ଯାଳୟକୁ ଧସେଇ ପସିବାକୁ ଉଦ୍ଯମ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ବିପିନଙ୍କ ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ,  ବିଧାୟକ ସୂର୍ଯ୍ୟ ପ୍ରାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀ ହାରିବା ଭୟରେ ନିର୍ବାଚନ ବନ୍ଦ କରି ଦେଇଛନ୍ତି । ଏଠି କହିରଖିବୁ, ସୂର୍ଯ୍ୟ ପାତ୍ରଙ୍କ ଅସୁସ୍ଥତା ପରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ଏଠାରେ ବିଜେଡି ଦୁଇ ଭାଗ ହୋଇଯାଇଥିବା କୁହାଯାଉଛି ।  ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ଦୁଇଟି ଗୋଷ୍ଠୀ ଗଢିଥିବା  କୁହାଯାଉଛି ।

Leave A Reply

Your email address will not be published.