Latest Odisha News

BREAKING NEWS

ଫେସବୁକ୍ ର ସିଇଓ ହେଲେ ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ମାର୍କ ଜୁକରବର୍ଗ ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି । ଏଲନ ମକ୍ସ, ଅନିଲ ଅମ୍ବାନୀଙ୍କୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି ଜୁକରବର୍ଗ । ଫେସବୁକ୍‌ର ସିଇଓ ମାର୍କ ଜୁକରବର୍ଗଙ୍କ ମେଟା ସେୟାର ଯୋଗୁ  ସମ୍ପତ୍ତି ବୃଦ୍ଧି ପାଇଥିବା କୁହାଯାଉଛି। ପ୍ରଥମ ଥର ପାଇଁ ଶ୍ରୀ ଜୁକରବର୍ଗ ୧୬ ନଭେମ୍ବର, ୨୦୨୦ ଠାରୁ  ସବୁଠାରୁ ଧନୀ ବ୍ୟକ୍ତିଙ୍କ ମାନ୍ୟତାର ଶୀର୍ଷରେ ପ୍ରବେଶ କରିଛନ୍ତି, ଯେତେବେଳେ ତାଙ୍କର ମୂଲ୍ୟ ୧୦୫.୬ବିଲିୟନ ଡ଼ଲାର୍ ଥିଲା ଏବଂ ମସ୍କଙ୍କ ୧୦୨.୧ ବିଲିୟନ ଡ଼ଲାର୍ ଥିଲା । ବର୍ତ୍ତମାନ ମସ୍କଙ୍କର ସମ୍ପତ୍ତିର ମୂଲ୍ୟ ୧୮୦.୬ବିଲିୟନ ଏବଂ ଶ୍ରୀ ଜୁକରବର୍ଗଙ୍କର ୧୮୬.୯ବିଲିୟନ ଡ଼ଲାର୍ ।

ରିପୋର୍ଟ ଅନୁସାରେ ଜୁକରବର୍ଗଙ୍କ ସମ୍ପର୍ତ୍ତି ଏହି ବର୍ଷ ୫୮.୯ ବିଲିୟନ ଡଲାର ବୃଦ୍ଧି ପାଇଛି। ବ୍ଲୁମ୍‌ ବର୍ଗ ବିଲେନିୟର ଇଣ୍ଡେକ୍ସ ମାର୍ଚ୍ଚ ମାସ ଆରମ୍ଭରୁ ସର୍ଭେ କରି ଏହି ରିପୋର୍ଟ ପ୍ରକାଶ କରିଛି। ଏଲନ୍‌ ମକ୍ସଙ୍କ ଏହି ତାଲିକାରେ ଚତୁର୍ଥ ଧନୀ ବ୍ୟକ୍ତି ରୁପେ ବିବେଚିତ ହୋଇଛନ୍ତି ।

Comments are closed.