Latest Odisha News

BREAKING NEWS

ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା, ରାୟ କାଏମ୍

କଟକ: ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ବଡ ଝଟକା । ଓଏଚଆଡିସି ଋଣ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ନିମ୍ନ ଅଦାଲତ । ଏହି ରାୟକୁ କାଏମ ରଖିଲେ ହାଇକୋର୍ଟ ।

ସୂଚନାଯୋଗ୍ୟ ଯେ, ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ୨୦୨୨ ଅକ୍ଟୋବର ମାସରେ ମହମ୍ମଦ ମୋକିମଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହମ୍ମଦ ମୋକିମ। କୋର୍ଟ ପୂର୍ବରୁ ଦଣ୍ଡାଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ।

Leave A Reply

Your email address will not be published.