ନୂଆଦିଲ୍ଲୀ: ଜାଇଡସ୍ କାଡିଲାର ଛୁଞ୍ଚିମୁକ୍ତ କରୋନାଭାଇରସ୍ ଟିକା ZyCoV-D ଅକ୍ଟୋବର ଆରମ୍ଭ ସୁଦ୍ଧା ଉପଲବ୍ଧ ହେବାର ସମ୍ଭାବନା ରହିଛି। ଏ ନେଇ ଶନିବାର ରିପୋର୍ଟ ପ୍ରକାଶ ପାଇଛି। ଭାରତର ଔଷଧ ନିୟାମକ ଅଗଷ୍ଟ ୨୦ରେ ଜରୁରୀକାଳୀନ ବ୍ୟବହାର ପାଇଁ ଜାଇଡସ୍ କାଡିଲା ଟିକାକୁ ଅନୁମୋଦନ କରିଥିଲେ।
ଏହି ଟିକାକୁ ୧୨ ରୁ ୧୮ ବର୍ଷ ବୟସର କିଶୋରମାନଙ୍କୁ ଦିଆଯିବା ପାଇଁ ଅନୁମୋଦନ କରାଯାଇଛି।
ନିକଟରେ ଏଏନ୍ଆଇ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଜାଇଡସ୍ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ଡା. ଶାର୍ଭିଲ ପଟେଲ କହିଛନ୍ତି ଯେ ଅକ୍ଟୋବରରୁ ଏହି ଟିକା ଯୋଗାଣ ଆରମ୍ଭ ହେବ।
ସେପ୍ଟେମ୍ବର ମଧ୍ୟଭାଗରୁ ଟିକା ଯୋଗାଣ ଆରମ୍ଭ ହେବ ଏବଂ ଅକ୍ଟୋବରରୁ ମାସକୁ ଏକ କୋଟି ଡୋଜ ପର୍ଯ୍ୟନ୍ତ ଯୋଗାଣ କରାଯିବ ବୋଲି ପଟେଲ କହିଛନ୍ତି।
Comments are closed.