Latest Odisha News

BREAKING NEWS

ଓଡ଼ିଶା ଉପକୂଳରୁ ୧୧୦୦ କିମି. ଦୂରରେ ରହିଛି ସାମୁଦ୍ରିକ ଝଡ: ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏକ ଅବପାତରେ ପରିଣତ ହୋଇଛି ଏବଂ ଶନିବାର ଅପରାହ୍ନ ୫ଟା ୩୦ମି. ସୁଦ୍ଧା ଏକ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି। ଏପରିକି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ନେବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ, ମେ ୧୮ରୁ ୨୦ ତାରିଖ ମଧ୍ୟରେ ଏହା ପଶ୍ଚିମବଙ୍ଗ ଉପକୂଳ ଆଡକୁ ଯିବାର ସମ୍ଭାବନା ଅଛି।

ଏହି ସାମୁଦ୍ରିକ ଝଡ ବର୍ତ୍ତମାନ ପାରାଦୀପ ଠାରୁ ୧୧୦୦ କିଲୋମିଟର ଦକ୍ଷିଣରେ, ଦିଘା ଠାରୁ ୧୨୫୦ କିଲୋମିଟର ଦକ୍ଷିଣରେ ଏବଂ ବାଂଲାଦେଶର ଦକ୍ଷିଣ-ଦକ୍ଷିଣପୂର୍ବ ଖେପୁପାରା ଠାରୁ ଏହା ୧୩୩୦ କିଲୋମିଟର ଦୂରରେ ଅବସ୍ଥିତ।

ଆଇଏମଡିର ସୂଚନା ଅନୁଯାୟୀ, ପ୍ରଥମେ ଏହା ମେ ୧୭ ପର‌୍ୟ୍ୟନ୍ତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ତା’ପରେ ୧୮ ଓ ୨୦ ତାରିଖ ବେଳକୁ ଉତ୍ତର-ଉତ୍ତରପୂର୍ବ ଦିଗକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡକୁ ବୁଲିପାରେ।

Leave A Reply

Your email address will not be published.