Latest Odisha News

BREAKING NEWS

‘ରଥଯାତ୍ରା’ ଅବସରରେ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱର: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ । ଏହି ଅବସରରେ ସାରା ରାଜ୍ୟରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ ।

ଚଳିତ ବର୍ଷ କରୋନା ମହାମାରୀ କଟକଣା ଯୋଗୁଁ ଜନସାଧାରଣଙ୍କୁ ଘରେ ବସି ଟେଲିଭିଜନ ମାଧ୍ୟମରେ ଘୋଷ ଯାତ୍ରା ଦେଖିବାକୁ କୁହାଯାଇଛି ।

 

ଏହି ପରିପ୍ରେକ୍ଷୀରେ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।

ଏହି ଉପଲକ୍ଷେ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ପ୍ରଦାନ କରିଛନ୍ତି ।

ଆହୁରି ମଧ୍ୟ ରାଜ୍ୟପାଳ ଦେଶବାସୀଙ୍କୁ ପବିତ୍ର ‘ରଥଯାତ୍ରା’ର ଶୁଭକାମନା ଜଣାଇଛନ୍ତି ।

ଅଧିକ ପଢନ୍ତୁ: ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଚକା ଆଖି ଦେଖିଲା ଜଗତ

Leave A Reply

Your email address will not be published.