Latest Odisha News

BREAKING NEWS

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ବର୍ଗତଃ ନବକୃଷ୍ଣ ଚୌଧୁରୀ ହେଉଛନ୍ତି ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ମଧ୍ୟରେ ଅନ୍ୟତମ।

ଆଜୀବନ ଶୋଷିତ ଶ୍ରେଣୀର ସପକ୍ଷରେ କାର୍ଯ୍ୟ କରିଥିବା ଏହି ବିଖ୍ୟାତ ଜନନେତା ଜଣକର ୧୯୮୪ ମସିହା ଜୁନ୍ ୨୪ ତଥା ଆଜିର ଦିନରେ ଦେହାନ୍ତ ହୋଇଥିଲା। ଏହି ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

  • ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ କଟକର ସ୍ୱରାଜ୍ୟ ଆଶ୍ରମରେ ତାଙ୍କର ଜନ୍ମ । ପିଲାଟିଦିନୁ ସରଳିଆ ଥିବା ନବକୃଷ୍ଣଙ୍କର ଶିକ୍ଷାରମ୍ଭ ପ୍ୟାରୀମୋହନ ଏକାଡେମୀରେ ହୋଇଥିଲା ।
  • ୧୯୧୭ରେ କଲିକତା ବିଶ୍ୱବିଦ୍ୟାଳୟରୁ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଏବଂ ରେଭେନ୍ସାରେ ଆଇ.ଏ. ଓ ବି.ଏ. ପଢ଼ିଲେ ।
  • ସେ ଅସହଯୋଗ ଆନ୍ଦୋଳନ ସଂସ୍ପର୍ଶରେ ଯୋଗଦେଇ ସ୍କୁଲ୍ ବର୍ଜନ ମଧ୍ୟ କରିଥିଲେ। ପରେ ସେ ୧୯୨୩ରେ ସାବରମତି ଆଶ୍ରମ ଯାତ୍ରା କରିଥିଲା ବେଳେ ଗାନ୍ଧିଜୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ ।
  • ପରେ ଶାନ୍ତିନିକେତନ ଯାଇ ରବୀନ୍ଦ୍ରନାଥ ଠାକୁରଙ୍କ ମିଶିଥିଲେ ଓ ସେଠାରେ କିଛିକାଳ ଶିକ୍ଷା ଲାଭ କରିଥିଲେ।
  • ୧୯୨୯ରେ ଅନୁଷ୍ଠିତ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ଅଂଶ୍ର ଗ୍ରହଣ କଲେ ନବକୃଷ୍ଣ ଓ ବିଭିନ୍ନ ଅଂଚଳ ବୁଲି ସତ୍ୟାଗ୍ରହୀ ସଂଗ୍ରହ କଲେ । ଚୌକିଦାର ଟିକସ ବିରୋଧରେ ଆନ୍ଦୋଳନ କରି ସେ ପ୍ରଥମ କାରାଦଣ୍ଡ ବରଣ କଲେ ।
  • ୧୯୩୦ରେ ଜେଲରୁ ଖଲାସ୍ ହେଇ ଜାତୀୟ କଂଗ୍ରେସ୍ ଅଧିବେଶନ ପାଇର୍ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟରେ ନିୟୋଜିତ ହେଲେ ।
  • ନବକୃଷ୍ଣ ଥିଲେ ସାମ୍ୟବାଦୀ ଚିନ୍ତାଧାରାର ସ୍ତାବକ । ୧୯୩୩ରେ ଓଡ଼ିଶା କଂଗ୍ରେସ୍ ମଧ୍ୟରେ ଦେଶର ସର୍ବପ୍ରଥମ ‘କଂଗ୍ରେସ୍ ସମାଜବାଦୀ ସଂଘ’ ପ୍ରତିଷ୍ଠା ହେଲା ଓ ତାର ମୁଖ୍ୟ ରହିଲେ ନବକୃଷ୍ଣ । ସେ ସମୟରେ ତାଙ୍କ ସଂପାଦନାରେ ପ୍ରକାଶ ପାଇଲା ବୈପ୍ଳବିକ ପତ୍ରିକା ‘ସାରଥି’ ।
  • ୧୯୩୭ରେ ନୂତନ ଓଡ଼ିଶା ବିଧାନସଭା ନିର୍ବାଚନରେ ତିର୍ତ୍ତୋଲ ଏରସମା ନିର୍ମାଚନ ମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ।
  • ଗଡ଼ଜାତ ପ୍ରଜା ଆନ୍ଦୋଳନ ଓ ଭାରତଛାଡ଼ ଆନ୍ଦୋଳନ ଆଦିରେ ସକ୍ରିୟ ଭୂମିକା ନିଭାଇଲେ ନବକୃଷ୍ଣ ।୧୯୪୬ରେ ମହତାବଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇ ସେ ହେଲେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ।
  • ଶେଷରେ ୧୯୫୦ରେ ନବକୃଷ୍ଣ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ ।

 

Leave A Reply

Your email address will not be published.