Latest Odisha News

BREAKING NEWS

ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; ଚୂଡ଼ାନ୍ତ ପର୍ଯ୍ୟାୟରେ ରୂପକାର ସେବକଙ୍କ ଖୋଦେଇ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଗତକାଲି ପାସଦଣ୍ଡା ଦେହରେ କୁଡୁକା ଲାଗିହୋଇ  ମୁଁ ହାଟ ଲାଗିଛି ।  ମୁଁ ହାଟ ଉପରେ ଲାଗିଛି ଗୁଜ ଏବଂ ବକଯନ୍ତ୍ର (ପାଶ୍ୱର୍ ଦେବତାଙ୍କ ଆସ୍ଥାନ) ଲାଗିଛି, ସେଥିରେ ନିରାଡ଼ ଖଞ୍ଜା ବାକି ଅଛି ।

ରୂପକାର ସେବକମାନଙ୍କ ଦ୍ୱାରା ସମସ୍ତ ଗୁଜରେ ସିଂହବିରାଳ ରୂପ ଖୋଦେଇ ଏବଂ ପଲିସ୍ କାମ ଶେଷ ହୋଇଯାଇଛି । କାଲି ଠାରୁ ଆରମ୍ଭ ହୋଇଥିବା ନାଟଗୋଡ଼ରେ ରାହୁ ମୂର୍ତ୍ତି ଅଙ୍କନ କାମ ସରି ରାହୁ ମୂର୍ତ୍ତି ଖୋଦେଇ ଚାଲୁ ରହିଛି ।

ପ୍ରତି ରଥରେ ଦୁଇଟି ଲେଖାଏଁ ୨୦ ଫୁଟିଆ ଧୂଳିଦଣ୍ଡା ଲାଗିଥାଏ । ମହାପ୍ରଭୁ ରଥରେ ବିଜେ ହେବାପରେ ରୁନ୍ଧା ହେବାପାଇଁ ପଛ ପାଶ୍ୱର୍ରେ ପ୍ରଭା ଦେହରେ ସଂଯୋଗ କରାଯାଏ । ଉକ୍ତ ଧୂଳିଦଣ୍ଡାର ଚଉପଟ କାର୍ଯ୍ୟ ଚାଲିଛି ।

ସେଣୀ କାର୍ଯ୍ୟ: ପ୍ରତି ରଥରେ ୫ଟି ଲେଖାଏଁ ଜଗତ ପୃଷ୍ଠ ସେଣୀ ଲାଗିହୁଏ । ଉକ୍ତ ସେଣୀର ଚଉପଟ କାର୍ଯ୍ୟ ସରିଛି ।

ପୋଲା ଗୟଳ: ଦୋଳବେଦୀଠାରେ ନନ୍ଦିଘୋଷ ରଥର ପୋଲାଗୟଳ ଚିରଟ କାର୍ଯ୍ୟ କରତି ସେବକଙ୍କ ଦ୍ୱାରା ଶେଷ ହୋଇଛି । କାଲି ଏହାର ଚଉପଟ କାର୍ଯ୍ୟ ଆରମ୍ଭ ହେବ ।

ଶାଳ: ଦୋଳବେଦୀଠାରେ ଅସ୍ଥାୟୀ ଶାଳରେ ଓଝା ସେବକମାନଙ୍କ ଦ୍ୱାରା ଆବଶ୍ୟକୀୟ ପରିମାଣ, ଦଣ୍ଡାକଣ୍ଟା, ଗୟଳକଣ୍ଟା, ଯୋଖା ଏବଂ ପୋଡ଼ି ଛାଲ କଣ୍ଟା ପ୍ରସ୍ତୁତି ଅବ୍ୟାହତ ରହିଛି ।

ଅଧିକ ପଢନ୍ତୁ: ବିନା ବାଣ-ରୋଷଣୀରେ ପଡିଲା ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି

ପରବର୍ତ୍ତୀ: ବୁଧବାର ଦିନ ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ସେବକ ମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା, ସମସ୍ତ ସେବକ ସୁସ୍ଥ ଥିବା ଜଣାଯାଇଛି ।

ଆଜି ଗୁରୁବାର ଦିନ ମଧ୍ୟ ଦଇତାପତି ସେବକ ମାନଙ୍କ କୋଭିଡ୍ ୧୯ ଟେଷ୍ଟ ହେବ । ଗତକାଲି ବୁଧବାର ଦିନ ୭୫ ଜଣ ସେବକଙ୍କର ସ୍ୱାବ ସଂଗ୍ରହ କରାଯାଇଛି ।

Leave A Reply

Your email address will not be published.