Latest Odisha News

BREAKING NEWS

ଓଡ଼ିଶାରେ ଚାଲିବ କ୍ରୁଜ୍‌

ଭୁବନେଶ୍ୱର: ଓଡିଶାରେ ଚାଲିବ ପାଣି ଜାହାଜ । କରୋନା ଭିତରେ ରାଜ୍ୟ ପର୍ଯ୍ୟଟନର ବିକାଶ ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ଚିଲିକା, ହୀରାକୁଦ ଜଳଭଣ୍ଡାର, ମହାନଦୀ, ଭିତରକନିକା ଏବଂ ସାତକୋଶିଆ ଗଣ୍ଡରେ କ୍ରୁଜ୍ ଚଳାଇବା ପାଇଁ ସରକାର ଯୋଜନା କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଦିନରେ ଏହି ପାଣି ଜାହାଜ ଚଳାଚଳ କରିବ । କ୍ରୁଜ୍ ପରିଚାଳନା ପାଇଁ ଜୁଲାଇ ୧୦ ତାରିଖ ସୁଦ୍ଧା ବିଭିନ୍ନ ସଂସ୍ଥାଙ୍କୁ ପ୍ରସ୍ତାବ ଦେବାକୁ ଆହ୍ୱାନ କରିଛି ଓଡିଶା ପର୍ଯ୍ୟଟନ ବିଭାଗ । ରାଜ୍ୟରେ ପର୍ଯ୍ୟଟନର ବିକାଶ ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଯୋଜନା କରାଯାଉଛି ।

Leave A Reply

Your email address will not be published.